ତ୍ରିରଙ୍ଗା ଉଡାଇବା ବେଳେ କଣ କରିବା ଦରକାର, କଣ ନୁହେଁ? ଜାଣନ୍ତୁ…

241

କନକ ବ୍ୟୁରୋ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୨ରେ ଏହି କାର୍ଯ୍ୟକ୍ରମର ଘୋଷଣା କରିଥିଲେ । ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଆଜିଠାରୁ ସାରା ଦେଶର ଆରମ୍ଭ ହୋଇଛି । ବିଭିନ୍ନ ବ୍ୟକ୍ତି ବିଶେଷ ନିଜ ଘରେ ତ୍ରିରଙ୍ଗା ଉଡାଇଛନ୍ତି । ଅଗଷ୍ଟ ୧୫ ତାରିଖ ଯାଏ ସମସ୍ତ ନାଗରକ ନିଜ ଘରେ ତ୍ରିରଙ୍ଗା ଉଡାଇବେ ।

ତେବେ ଆମେ ସମସ୍ତେ ଜାଣିବା ଦରକାର ଜାତୀୟ ପତାକା ଉତ୍ତେଳନ ସମୟରେ ଆମେ କଣ କରିବା ଦରକାର ଆଉ କଣ ନୁହେଁ । ତେବେ ଆସନ୍ତୁ ଜାଣିବା ଯେ ପତାକା ଉତ୍ତୋଳନ ସନମୟରେ କଣ କରିବା ଆବଶ୍ୟକ ଆଉ କଣ ନୁହେଁ ।

ଭାରତୀୟ ସମ୍ବିଧାନର ଫ୍ଲାଗ କୋର୍ଡ ଅନୁସାରେ ତ୍ରିରଙ୍ଗାକୁ ଆମେ ବିଭିନ୍ନ ସମୟରେ ଉଡାଇପାରିବା । ଯେତେବେଳେ କୌଣସି ସ୍ଥାନରେ ସମ୍ମାନ ପ୍ରଦାନ କରାଯାଉଥିବ, ଯେତେବେଳେ ଦେଶକୁ ନେଇ କୌଣସି ଗର୍ବର ବିଷୟ ରହିଥିବ ସେହି ସ୍ଥାନରେ ତ୍ରିରଙ୍ଗା ଉଡାଯାଇପାରିବା । ତେବେ ପତାକା କୌଣସି ବି ସାଇଜର ହେଉଥାଉନା କାହିଁକି କିନ୍ତୁ ଏହାର ଅନୁପାତ ୩:୨ ହେବା ଦରକାର। ଏହା ଆୟତାକାର ହେବା ମଧ୍ୟ ଆବଶ୍ୟକ ।

ଫ୍ଲାଗ କୋର୍ଡର ଧାରା ୧୧ର ପାରା ୨.୨ରେ ଦ୍ୱିତୀୟ ଅଧ୍ୟାୟରେ ସୂର୍ଯ୍ୟ ଉଦୟ ପରେ ହିଁ ପତାକା ଉଡାଇବାର ନିୟମ ରହିଛି । ତେବେ ବର୍ତ୍ତମାନ ହର ଘର ତ୍ରିରଙ୍ଗା ଅଭିଯାନରେ କୌଣସି ବି ନାଗରିକଙ୍କ ଘରେ ୨୪ ଘଣ୍ଟା ଯାଏ ତ୍ରିରଙ୍ଗା ଉଡିପାରିବେ । ତେବେ ପତାକା ଉଡାଉଥିବା ବ୍ୟକ୍ତି ବିଶେଷ ଭାବେ ଧ୍ୟାନ ଦେବେ ଯେ ପତାକା କେଉଁଭଳି ସଠିକ ଭାବେ ଉଡୁଛି । ଏହା ସହ ନାରଙ୍ଗୀ ରଙ୍ଗ ଯେଉଁ ଭଳି ଉପରକୁ ରହିଛି ।

ପତାକା ଉଡିବା ସମୟରେ ଦେଖିବା ଦରକାର ଯେ ଏହାକୁ ଯେଉଁଭଳି କୌଣସି କ୍ଷତି ହୋଇନଥିବ । ସେହିଭଳି ଯିଏ ପତାକା ଉଡାଇବେ ସେ ଧ୍ୟାନ ଦେବେ ଯେ ପତାକା କୌଣସି ଖମ୍ବର ସବା ଉପରେ ଲାଗି ରହିବ ନାହିଁ । ଅର୍ଥାତ ସାମନ୍ୟ ତଳକୁ ଏହା ରହିବ । ଯଦି ଉଡୁଥିବା ଅବସ୍ଥାରେ ଏହାକୁ କୌଣସି କ୍ଷତି ପହଞ୍ଚେ ତେବେ ତୁରନ୍ତ ଏହାକୁ ବାହାର କରିଦିଆଯିବ । ଏହାକୁ କୌଣସି ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ନିଆଯାଇ ଗୁପ୍ତ ଭାବେ ନଷ୍ଟ କରାଯିବ ।