ସାବଧାନ ! ବିନା ଜ୍ୱରରେ ବି ହୋଇପାରେ ଡେଙ୍ଗୁ, ଡାକ୍ତର ଦେଲେ ଚେତାବନୀ

107

ଏମ୍ସର ଡାକ୍ତରମାନେ କହିଲେ କି, କିଛି ଅସାଧାରଣ ମାମଲା ଏମିତି ବି ଥାଏ, ଯେଉଁଥିରେ ଡେଙ୍ଗୁର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଜ୍ୱର ଆସେନି । ପ୍ରକୃତରେ, ଗୋଟିଏ ହସପିଟାଲରେ କାମ କରୁଥିବା ୫୦ ବର୍ଷୀୟ ନର୍ସିଙ୍ଗ ସଫେଇ କର୍ମୀଙ୍କୁ କୈାଣସି ପ୍ରକାରରର ଜ୍ୱର ନଥିବା ସତ୍ୱେ ତାଙ୍କ ଠାରେ ଡେଙ୍ଗୁ ଚିହ୍ନଟ ହୋଇଥିଲା ।

ସୂଚନାଯୋଗ୍ୟ, ସେହି ରୋଗୀଙ୍କୁ ଥକାପଣର ଅଭିଯୋଗ ଥିଲା । ଯାହାପରେ ଡାକ୍ତର ତାଙ୍କର ରକ୍ତ ପରୀକ୍ଷା କରିଥିଲେ । ଯେଉଁଥିରେ ରୋଗୀଙ୍କ ରକ୍ତରେ ଳୋହିତ ରକ୍ତ କଣିକା, ଶ୍ୱେତ ରକ୍ତ କଣିକା ଓ ପ୍ଲେଟଲେଟ୍ସର ସଂଖ୍ୟା ବହୁତ କମ୍ ଥିଲା । ରକ୍ତ ନମୂନାରୁ ଏଭଳି ପରିଣାମକୁ ଦେଖି ଡାକ୍ତର ରୋଗୀଙ୍କ ଡେଙ୍ଗୁ ଟେଷ୍ଟ କରିଥିଲେ । ଏହାର ପରିଣାମ ପଜିଟିଭ୍ ବାହାରିଲା ଓ ଏହାପରେ ପୁଣି କରାଯାଇଥିବା ଆରଟି-ପିସିଆର ଟେଷ୍ଟରେ ବି ଡେଙ୍ଗୁ ଭାଇରସ୍ ପୁଷ୍ଟିକରଣ ହୋଇଥିଲା । ଶରୀରରେ ପ୍ଲେଟଲେଟ୍ସ ର ସଂଖ୍ୟା କମିବା ବହୁତ ବିପଦଜନକ । ରୋଗୀଙ୍କ ଠାରେ ଜ୍ୱର ଦେଖାନଗଲେ ବି ଶରୀରରେ ଡେଙ୍ଗୁର ଭାଇରସ୍ ଥାଏ । ଜାଣନ୍ତୁ ଏହାର ଲକ୍ଷଣ –

• ବିନା କାରଣରେ ଥକା ଲାଗିବା

• ରକ୍ତଚାପ ଅଧିକ କମିଯିବା

• ରକ୍ତରେ ପ୍ଲେଟଲେଟ୍ସ ର ସଂଖ୍ୟା ବହୁତ ଅଧିକ କମ୍ ହୋଇଯାଏ ।