ବିଧାନସଭାରେ ଅଭିଜିତ ଆୟାର ମିତ୍ର । ବିଧାୟକଙ୍କ ବିରୋଧରେ କଟୁ ମନ୍ତବ୍ୟକୁ ନେଇ ଅଭିଜିତଙ୍କୁ ଗୃହ କମିଟି ଆଗରେ ହାଜର ହେବାକୁ ଦିଆଯାଇଥିଲା ନୋଟିସ୍

33

କନକ ବ୍ୟୁରୋ: ବିଧାନସଭାରେ ଅଭିଜିତ ଆୟାର ମିତ୍ର । ଆଜି ଗୃହ କମିଟି ଆଗରେ ହାଜର ହେବେ । ଅଭିଜିତ ଓଡ଼ିଶାର କଳା ସଂସକୃତି ଓ ବିଧାୟକଂକ ବିରୋଧରେ କଟୁ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ । ଏହାକୁ ନେଇ ଭୁବନେଶ୍ୱର ଓ କୋଣାର୍କ ଥାନେରେ ତାଂକ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଏହାସହ ବିଧାସଭା ଗୃହ କମିଟି ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅଭିଜିତଂକୁ ନିର୍ଦ୍ଦେଶ ଦେଇଥିଲା । ତେବେ ଗୃହ କମିଟି ଆଗରେ ହାଜର ହୋଇ ନଥିଲେ ଅଭିଜିତ । ପରେ ମେଲ୍ ଯୋଗେ ଓ ଟୁଇଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ । ହାଜର ହେବାକୁ ଗୃହ କମିଟି ଆଜି ପର୍ଯ୍ୟନ୍ତ ସମୟ ଦେଇଥିଲା । ଅଭିଜିତଙ୍କ ଅନ୍ତରୀଣ ଜାମିନ ଅବଧି ଚଳିତମାସ ୫ରୁ ଶେଷ ହୋଇଥିବା ବେଳେ ସୁପ୍ରିମକୋର୍ଟ ତାଂକ ଜାମିନ ଆବେଦନକୁ ଖାରଜ କରିସାରିଛନ୍ତି ।

ଉଲ୍ଲେଖ ଥାଉ କି, ଅଭିଜିତ ଅଣ ଓଡ଼ିଆ ହୋଇ କୋଣାର୍କ ମନ୍ଦିର, ଓଡ଼ିଶା, ଓଡ଼ିଆ ଓ ବିଧାୟକମାନଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି କାରଣରୁ ସେ ଭୁବନେଶ୍ବର ଆସିବାବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିଲା । ତେଣୁ ଅଭିଜିତଙ୍କ ପକ୍ଷରୁ ସୁରକ୍ଷା ପାଇଁ ଅନୁରୋଧ କରାଯିବା ପରେ କମିସନରେଟେ ପୁଲିସ ପକ୍ଷରୁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି କହିଥିଲେ ।

ଅନ୍ୟପକ୍ଷରେ ଅଭିଜିତଙ୍କ ଅନ୍ତରୀଣ ଜାମିନ୍ ଅବଧି ଚଳିତ ମାସ ୫ ତାରିଖରୁ ଶେଷ ହୋଇଥିବାବେଳେ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ତାଙ୍କ ପାଇଁ ଜେଲ୍ ହିଁ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଥିଲେ। କୋର୍ଟଙ୍କ ନିର୍ଦେଶ ମୁତାବକ,ଗତ ୫ ତାରିଖରେ ଅଭିଜିତ କୋଣାର୍କ ଥାନାରେ ହାଜର ହେବା କଥା। ସେହିପରି ବିଧାୟକମାନଙ୍କ ବିରୋଧରେ ବ୍ୟବହାର କରିଥିବା ଅପଶବ୍ଦକୁ ନେଇ ଗତ ୧୧ ତାରିଖରେ ଗୃହ କମିଟିରେ ହାଜର ହେବା କଥା। କିନ୍ତୁ ତିତିଲି ବାତ୍ୟା କାରଣରୁ ସେ ହାଜର ହୋଇ ପାରି ନ ଥିଲେ। ପରେ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କ୍ଷମା ମାଗିବା ସହିତ ଟୁଇଟ୍ ମଧ୍ୟ କରିଥିଲେ।