ନର୍ସଙ୍କୁ ଅସଦାଚରଣ କରି ଥାନାରେ ଅଟକ ଡାକ୍ତର ବାବୁ । ପୀଡିତାଙ୍କ ଅଭିଯେଗା ପରେ ଉଠାଇ ଆଣିଲା ପୁଲିସ

333

କନକ ବ୍ୟୁରୋ : ମହିଳା ନର୍ସଙ୍କୁ ଅଶାଳୀନ ବ୍ୟବହାର କରି ଥାନାରେ ଅଟକ ଡାକ୍ତର । ପାରାଦୀପ ବନ୍ଦର ଚିକିତ୍ସାଳୟର ଜଣେ ଡାକ୍ତର ଜଣେ ମହିଳା ନର୍ସଙ୍କୁ ଅସଦାଚରଣ କରିବା ଅଭିଯୋଗ ହୋଇଛି । ଗତ କିଛି ମାସ ତଳେ ସମ୍ପୃକ୍ତ ଡାକ୍ତର ବାଦଲ ସିଂ ପାରାଦୀପ ବନ୍ଦର ଚିକିତ୍ସାଳୟରେ ନିଯୁକ୍ତି ପାଇଛନ୍ତି ।
ବାଦଲ ସିଂ ମେଡିକାଲର ଜଣେ ନର୍ସଙ୍କୁ ବାରମ୍ବାର ଖରାପ ଇଙ୍ଗିତ କରୁଥିବା ଅଭିଯୋଗ ହୋଇଛି । ଏନେଇ ସମ୍ପୃକ୍ତ ନର୍ସ ଜଣକ ଡାକ୍ତର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଥିଲେ । ଏହାପରେ ଅଭିଯୁକ୍ତ ବାଦଲଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି । ତେବେ ଶୁକ୍ରବାର ପୀଡ଼ିତା ପାରାଦୀପ ଆଦର୍ଶ ଥାନାରେ ଡାକ୍ତରଙ୍କ ବିରୋଧରେ ଏତଲା ଦେଇଛନ୍ତି । ଏହାପରେ ଅଭିଯୁକ୍ତ ଡାକ୍ତରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।