ଚର୍ଚ୍ଚାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୟାନ । କହିଲେ, ମୋ ପାଇଁ ବସୁନ୍ଧରାଙ୍କୁ ଦଣ୍ଡ ନଦେଉ ବିଜେପି

 

155

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବର୍ତ୍ତମାନ ଏଭଳି କିଛି କଥା କହିଛନ୍ତି ଯାହା କେବଳ ରାଜସ୍ଥାନ ରାଜ୍ୟ ରାଜନୀତି ନୁହେଁ ବଂର ଜାତୀୟ ରାଜନୀତିରେ ମଧ୍ୟରେ ଚର୍ଚ୍ଚା ବିଷୟ ପାଲଟିଛି । ଆଉ କାହା ପାଇଁ ନୁହେଁ ବିଜେପି ନେତ୍ରୀ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ବିଜେପି ବସୁନ୍ଧରାଙ୍କ ସହ ପକ୍ଷପାତିତା କରୁଥିବା ରାଜସ୍ଥାନ ରାଜନୀତି ଗଳିର ଅନ୍ୟତମ ଚର୍ଚ୍ଚିତ ଖବର ବୋଲି କୁହାଯାଏ । ଏହା ଭିତରେ ଅଶୋକ ଗେହଲଟ ସାମ୍ନାକୁ ଆସି କହିଛନ୍ତି: ମୋ ନିବେଦନ । ମୋ ପାଇଁ ବସୁନ୍ଧରାଙ୍କୁ ଦଣ୍ଡ ନମିଳୁ । ବିଜେପି ତାଙ୍କ ସହ ପାତରଅନ୍ତର ନକରୁ । ବିଜେପି ଓ ବସୁନ୍ଧରାଙ୍କ ଏହା ଆଭ୍ୟନ୍ତରୀଣ ମାମଲା ତଥାପି ମୁଁ ନିବେଦନ କରୁଛି । ପୂର୍ବରୁ ଗେହଲଟ ଏକଥା ମଧ୍ୟ କହି ଆସୁଛନ୍ତି ଯେ ୨୦୧୮ରେ କଂଗ୍ରେସ ରାଜସ୍ଥାନରେ ସରକାର ଗଠନ ପରେ ୨୦୨୦ରେ ଏହାକୁ ହଟାଇବାକୁ ଚେଷ୍ଟା କରାଯାଇଥିଲା । ଯାହାକୁ ବସୁନ୍ଧରା ବିରୋଧ କରିଥିଲେ ଓ ସେବେଠୁ ଦଳ ତାଙ୍କ ସହ ପାତରଅନ୍ତର କରୁଛି ।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ଗେହଲଟଙ୍କ ଏଭଳି ବୟାନ ପଛରେ ମାଷ୍ଟରପ୍ଲାନ ରହିଛି । କୁହାଯାଉଛି ବିଜେପି ଓ ବସୁନ୍ଧରା ମଧ୍ୟରେ କିଛି ତିକ୍ତତା ରହିଛି ତଥାପି ରାଜସ୍ଥାନ ମାଟିରେ ବସୁନ୍ଧରାଙ୍କ ଦବଦବା ବେଶ ରହିଛି । ସେପଟେ ଦଳ ଯଦି ବସୁନ୍ଧରାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରୁଛି ତେବେ ସେ ଗେହେଲଟଙ୍କ ପାଇଁ ବଡ ଚ୍ୟାଲେଂଜ ସାବ୍ୟସ୍ତ ହୋଇପାରେ ।

ନଭେମ୍ବର ୨୫ରେ ରାଜସ୍ଥାନ ନିର୍ବାଚନ । ଏହି ସମୟରେ ଉଭୟ ଦଳ ପରସ୍ପର ପ୍ରତି ବୟାନବାଜୀ ଜାରି ରଖିଛନ୍ତି । ଅନ୍ୟପଟେ ବସୁନ୍ଧରାଙ୍କ ପ୍ରତି ଗେହଲଟଙ୍କ ଏଭଳି ଉଦାରମନଭାବକୁ ସହଜରେ ଗ୍ରହଣ କରି ହେଉନି । ହୁଏତ ବିଜେପିକୁ ଶାଣିତ ଅନ୍ଦାଜରେ ଟାର୍ଗେଟ କରିବାକୁ ଗେହଲଟଙ୍କ ଏକ  ଚାଲ ହୋଇପାରେ ।