ଡ୍ରାଇଭର ମହାସଂଘ ସହ ଆଲୋଚନା ପରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା : ଗଠନ ହେବ କମିଟି, ଦାବି ପୂରଣ ନେଇ ହେବ ଉଦ୍ୟମ

323

କନକ ବ୍ୟୁରୋ : ଡ୍ରାଇଭର ମହାସଂଘ ସହ ଆଲୋଚନା ପରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଡ୍ରାଇଭର ମହାସଂଘର ଦାବି ନେଇ ଏକ କମିଟି ଗଠନ କରାଯିବ । ପରିବହନ ଓ ଶ୍ରମ ବିଭାଗ ଅଧୀନରେ ଗଠନ ହେବ ଏହି କମିଟି । ୩ମାସ ମଧ୍ୟରେ ଦାବି ପୂରଣ ନେଇ ଉଦ୍ୟମ ହେବ ।

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଲୋଏର ପିଏମଜିରେ ଏକାଠି ହୋଇଥିଲେ । ପରେ ଲୋକସେବା ଭବନକୁ ଶୋଭାଯାତ୍ରା କରି ଯାଇଛନ୍ତି । ସେଠାରେ ସୁରକ୍ଷାକର୍ମୀଙ୍କ ସହିତ ସଂଘ କର୍ମକତାଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଛି । ଏତେ ସଂଖ୍ୟାରେ ଡ୍ରାଇଭର ଏକାଠି ହୋଇଥିବାରୁ ରାଜଧାନୀରେ ସାଂଘାତିକ ଟ୍ରାଫିକ ଜାମ୍ ପରିସ୍ଥିତ ଉପୁଜିଛି । ଏହା ସହ ଗମନାଗମନ କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡ଼ିଛି । ଅକେ ସ୍ଥାନରେ ବସ ଚାଲୁନଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଥିବା ଖବର ମଧ୍ୟ ଆସିଛି । ତେବେ ପରିବହନ ମନ୍ତ୍ରୀଙ୍କ ସହ କଥା ହେବା ପରେ ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି ।