ବିବାଦରେ ଅକ୍ଷୟ । ପାନ ମସଲା ବିଜ୍ଞାପନ କରି ଫସିଗଲେ 

807
କନକ ବ୍ୟୁରୋ: ଶାହାରୁଖ ଖାନ୍ ଓ ଅଜୟ ଦେବଗନଙ୍କ ପରେ ଏବେ ପାନ ମସଲା ବିଜ୍ଞାପନରେ ଆଉ ଏକ ନାଁ ଯୋଡି ହୋଇଯାଇଛି । ଏଥର ଅକ୍ଷୟ କୁମାର ପାନ ମସଲାର ଏକ ବିଜ୍ଞାପନ କରି ପ୍ରଚାର କରିବା ଆରମ୍ଭ କରିବା ପରେ ସମାଲୋଚନାର ଶିକାର ହୋଇଛନ୍ତି । କର୍କଟ ଭଳି ଭୟଙ୍କର ରୋଗ ସୃଷ୍ଟିକାରୀ ଦ୍ରବ୍ୟର ପ୍ରଚାର କରିବାକୁ ନେଇ ଅଭିନେତାଙ୍କୁ ଖୁବ୍ ସମାଲୋଚନା କରାଯାଉଛି । ଅକ୍ଷୟ କୁମାରଙ୍କ ଏହି କାମ ପରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ପୂର୍ବତନ ମୁଖ୍ୟ ପହଲାଜ ନିହଲାନୀ ମଧ୍ୟ ତାଙ୍କୁ କଡା ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପନ୍ନ ଜଣେ ଅଭିନେତା କର୍କଟ ରୋଗକାରକ ଦ୍ରବ୍ୟର ପ୍ରଚାର କିପରି କରୁଛନ୍ତି?
ଅକ୍ଷୟ କୁମାର ଟିଭିରେ ‘ଜୁବାନ କେଶରୀ’ କହିବା ପରେ ପହଲାଜ ନିହଲାନୀ ତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଗୋଟେପଟେ ଜଣେ ସୁପରଷ୍ଟାର ଅଭିନେତା ସିଗାରେଟରେ ସାନିଟାରୀ ନ୍ୟାପକିନରେ ଟଙ୍କା ଖର୍ଚ୍ଚ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଉଛନ୍ତି । ହେଲେ ଅନ୍ୟପଟେ ସେହି ଅଭିନେତା ପାନ ମସଲା ଖାଇବାକୁ ପ୍ରଚାର କରୁଛନ୍ତି । ଏସବୁ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି । ଏଭଳି ଅଭିନେତାଙ୍କୁ ଚଳଚ୍ଚିତ୍ରରୁ ହଟାଇ ଦେବା ଆବଶ୍ୟକ  । ସରକାର ଏ ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି ।