ଦିଗପହଣ୍ଡି ଉପ-ନିର୍ବାଚନରେ ହଙ୍ଗାମା : ରାସ୍ତାରେ ଟାୟାର ଜାଳି ପ୍ରତିବାଦ; ହାରିବା ଭୟରେ ୧୦ ମିନିଟ୍ ପୂର୍ବରୁ ନିର୍ବାଚନ ବନ୍ଦ କରାଯାଇଥିବା ଅଭିଯୋଗ

142

କନକ ବ୍ୟୁରୋ : ଗଞ୍ଜାମ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉତ୍ତେଜନା । ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ । ନିର୍ବାଚନ ବନ୍ଦ ରଖିବା ପରେ ଧାରଣାରେ ବସିଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ସମର୍ଥକ । ରାସ୍ତାରେ ଟାୟାର ଜାଳି ଶତାଧିକ ବିଜେଡି କର୍ମୀ ପ୍ରତିବାଦ କରିଛନ୍ତି । ବିଧାୟକ ସୂର୍ଯ୍ୟ ପ୍ରାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ଗୋଷ୍ଠୀ ହାରିବା ଭୟରେ ନିର୍ବାଚନ ବନ୍ଦ କରିଦେଇଥିବା ଅଭିଯୋଗ କରିଛନ୍ତି ବିପିନ ପ୍ରଧାନଙ୍କ ସମର୍ଥକ ।

ସୂର୍ଯ୍ୟ ପାତ୍ରଙ୍କ ଅସୁସ୍ଥତା ପରେ ବିଜେଡି ଦୁଇ ଭାଗ ହୋଇଯାଇଥିବା କୁହାଯାଉଛି । ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ମଧ୍ୟରେ କ୍ଷମତାକୁ ନେଇ ଶୀତଳ ଯୁଦ୍ଧ ଲାଗି ରହିଛି । ଆଜି ବ୍ଲକ ଅଧ୍ୟକ୍ଷ ପଦବୀ ନିର୍ବାଚନ ହେବାର ଥିଲା । ମୋଟ ୨୫ଟି ପଞ୍ଚାୟତର ୨୫ ଜଣ ସମିତି ସଭ୍ୟ ଅଧ୍ୟକ୍ଷ ଚୟନ ପାଇଁ ମତଦାନ କରିଥାନ୍ତେ । ହେଲେ ନିର୍ବାଚନକୁ ବନ୍ଦ ରଖାଯାଇଛି ।