୨୪ ପାଇଁ ବିଜେପିର ରଣନୀତି: ଧର୍ମେନ୍ଦ୍ରଙ୍କ ଦୁଇ ସୂତ୍ରୀ ଫର୍ମୁଲା

60

କନକ ବ୍ୟୁରୋ: ୨୦୨୩ ଆରମ୍ଭରୁ ହିଁ ରାଜ୍ୟରେ ନିର୍ବାଚ୍ଚନୀ ମାହୋଲ ସରଗରମ ହୋଇଛି । ୨୪ ଲାଗି ସଜବାଜ ଆରମ୍ଭ କରିଦେଇଛନ୍ତି ପ୍ରମୁଖ ରାଜନୈତିକ ଦଳ । ଶାସକ ବିଜେଡିକୁ ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି ।

ଆଗାମୀ ନିର୍ବାଚନରେ ଦୁଇ ସୂତ୍ରୀ ଫର୍ମୁଲାକୁ ଏଜେଣ୍ଡାରେ ରଖି ବିଜେପି ମଇଦାନକୁ ଓହ୍ଲାଇବ ବୋଲି ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ।

ପ୍ରଥମ ସୁତ୍ର
ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଯେଉଁ ଅସନ୍ତୋଷ ଅଛି, ତାକୁ ଲୋକଙ୍କ ପାଖକୁ ନେବ ଦଳ
ଗରିବ, ମହିଳା, ପଛୁଆ ବର୍ଗ, ଅନୁସୂଚିତ ଜାତି. ଜନଜାତି ଏବଂ ବେରୋଜଗାରଙ୍କ ପ୍ରତିନିଧିତ୍ୱ କରିବ ଦଳ

ଦ୍ୱିତୀୟ ସୁତ୍ର
ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବ ବିଜେପି
୩୭ ହଜାର ବୁଥରେ ସଂଗଠନ କାର୍ଯ୍ୟକ୍ରମକୁ ସୁଦୃଢ କରାଯିବ

୨୪ ପାଇଁ ଲୋକସଭା ସିଟ ଉପରେ ଅଧିକ ଫୋକସ କରିବ ବିଜେପି । ଗତ ନିର୍ବାଚନରେ ୨୧ ଆସନରୁ ଦଳ ଜିତିଥିଲା ୮ ଟି ଆସନ । ତେବେ ଏହି ସଂଖ୍ୟାକୁ ୮ରୁ ୧୮ରେ ପଂହଚାଇବାକୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ଅନେକ କେନ୍ଦ୍ରୀୟ ନେତା ଆଗାମୀ ଦିନରେ ରାଜ୍ୟ ଗସ୍ତ କରିବେ । ଲୋକସଭା ସହ ସାଢେ ୪ କୋଟି ଲୋକଙ୍କ ଉପରେ ବିଜେପିର ନଜର ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଆଉ ଏହାର ଜବାବ ରଖିଛି ବିଜେଡି ।

କନ୍ଧମାଳର ତୁମୁଡିବନ୍ଧରେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ରାଜ୍ୟରେ କିଏ ଶାସନ କରୁଛି ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ । ଏବେ ଏହି ପ୍ରସଙ୍ଗକୁ କାର୍ଯ୍ୟକ୍ରମ ଓ ସଭା ମାଧ୍ୟମରେ ଲୋକଙ୍କ ପାଖରେ ପହଂଚାଇବାକୁ ରଣନୀତି କରୁଛି ବିଜେପି ।