ଚର୍ଚ୍ଚାରେ ମୃତ୍ୟୁ ପୂର୍ବରୁ ଡାକ୍ତର ଶୁଭଶ୍ରୀଙ୍କ ନାଚ: ଗୀତର ତାଳେ ତାଳେ ନାଚି ପାଳନ କରିଥିଲେ ଜିରୋନାଇଟ୍

105

କନକ ବ୍ୟୁରୋ: ମୃତ୍ୟୁ ପୂର୍ବରୁ ସହକର୍ମୀମାନଙ୍କ ସହ ଜିରୋନାଇଟ୍ ସେଲିବ୍ରେସନ କରିଥିଲେ ଡାକ୍ତର ଶୁଭଶ୍ରୀ କର । ବର୍ଷ ୨୦୨୨ର ଶେଷ ଦିନର ଶେଷ ସମୟର ପ୍ରତିଟି ମୁହୁର୍ତକୁ ଝୁମି ଝୁମି ବିତାଇଥିଲେ ଶୁଭଶ୍ରୀ । ସହକର୍ମୀମାନଙ୍କ ସହ ଜିରୋ ନାଇଟ ପାଳନରେ ମସଗୁଲ ଥିଲେ । ବଲିଉଡ ଗୀତର ତାଳେ ତାଳେ ନାଚିଥିଲେ । ପୁରା ବିନଦାସ ମୁଡରେ ଥିଲେ ଶୁଭଶ୍ରୀ । ନା ମନରେ ଥିଲା କିଛି ଅବଶୋଷ, ନା କୌଣସି ଦୁଃଖ । ବେଶ ହସ ଖୁସିରେ ଜିରୋନାଇଟ୍ ସେଲିବ୍ରେସନ କରିଥିଲେ । ତାପରେ କେକ୍ କାଟି ଆନନ୍ଦ ଉଲ୍ଲାସର ସହିତ ନୂଆବର୍ଷ ପାଳନ କରିଥିଲେ । ହସ୍ପିଟାଲ କର୍ମଚାରୀଙ୍କ କହିବା ଅନୁସାରେ, ଶୁଭଶ୍ରୀ ନିଜେ ଏସବୁର ଆୟୋଜନ କରିଥିଲେ ।

ଜିରୋନାଇଟ୍ ସେଲିବ୍ରେସନ କରିବା ପରେ ନିଜ ରୁମକୁ ଚାଲି ଯାଇଥିଲେ ଶୁଭଶ୍ରୀ । ଯେଉଁ ପୋଷାକ ପିନ୍ଧି ନାଚିଥିଲେ, ସେହି ପୋଷାକ ପିନ୍ଧି ଶୋଇଯାଇଥିଲେ । ଆଉ ସକାଳୁ ଉଠି ନଥିଲେ । ନୂଆବର୍ଷରେ ଉଦ୍ଧାର ହୋଇଥିଲା ତାଙ୍କ ମୃତ ଦେହ । ତେବେ ପ୍ରଶ୍ନ ଉଠୁଛି, ରାତିକ ଭିତରେ କଣ ଏମିତି ହେଲା ଯେ ଏତେ ବଡ ନିଷ୍ପତି ନେଇଗଲେ? ସାଧାରଣତଃ ଯେଉଁମାନେ ଆତ୍ମହତ୍ୟା କରିଥାନ୍ତି, ସେସମାନଙ୍କ ନିକଟରେ କେତେକ ଲକ୍ଷଣ ଦେଖାଯାଏ । ସେମାନେ ନିରୋଳା ସ୍ଥାନ ଖୋଜିଥାନ୍ତି । ଚୁପଚାପ ରହିଥାନ୍ତି । ଖୁସି ମୁଡରେ ନଥାନ୍ତି । କିନ୍ତୁ ଶୁଭଶ୍ରୀଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ନିକଟରେ ସେମିତି କିଛି ଦେଖିବାକୁ ମିଳିନଥିଲା ।ମନସ୍ତତ୍ୱବିତଙ୍କ କହିବା ଅନୁସାରେ ବେଳେ ବେଳେ ଏମିତି ହୋଇଥାଏ । ଜଣେ ଜଣେ କଠୋର ନିଷ୍ପତି ପୂର୍ବରୁ ବନ୍ଧୁମାନଙ୍କ ସହ ଶେଷ ଥର ପାଇଁ ହସ ଖୁସିରେ ରହିବାକୁ ଇଛା କରିଥାନ୍ତି । ଏହାକୁ ମୁଡ ସୁଇଙ୍ଗ କୁହାଯାଏ ।

ଶୁଭଶ୍ରୀଙ୍କ ମୃତ୍ୟୁର କାରଣ ଯାହା ବି ହେଉ ସେ ପ୍ରେମ କରି ଧୋକା ଖାଇଥିବା ତାଙ୍କ ଏତଲାରୁ ସ୍ପଷ୍ଟ ହେଉଛି । ପୁରୁଷ ବନ୍ଧୁ ଦୂରେଇ ଯିବା ପରେ ସେ ଭାଂଗି ପଡିବା ସହ ଚରମ ନିଷ୍ପତି ନେଇଥିବା ସନ୍ଦେହ କରାଯାଉଛି ।