କୁଆଡେ ଗଲେ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ? ସାମନାକୁ ଆସିଲା ମୃତ ଡାକ୍ତର ଶୁଭଶ୍ରୀ କର ଓ ବୟଫ୍ରେଣ୍ଡଙ୍କ ଘନିଷ୍ଠ ଫଟୋ । ଏବେ ମିଳୁନି ଦିବ୍ୟରଞ୍ଜନଙ୍କ ପତ୍ତା

132

କନକ ବ୍ୟୁରୋ: ଡାକ୍ତର ଶୁଭଶ୍ରୀ କରଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ଶୁଭଶ୍ରୀଙ୍କର କେମିତି ମୃତ୍ୟୁ ହେଲା? ମୃତ୍ୟୁର କାରଣ କଣ? ଶୁଭଶ୍ରୀଙ୍କୁ ଚରମ ନିଷ୍ପତି ନେବାକୁ ତାଙ୍କ ପୁରୁଷ ବନ୍ଧୁ ବାଧ୍ୟ କରିଥିଲେ କି? ଏମିତି ଏକାଧିକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ସାମନାକୁ ଆସିଛି, ଶୁଭଶ୍ରୀଙ୍କ ସହ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀ ଉଠାଇଥିବା ଫଟୋ । ଅନ୍ୟପଟେ ଶୁଭଶ୍ରୀଙ୍କ ମୃତ୍ୟୁ ପରେ ମିଳୁନି ଦିବ୍ୟରଞ୍ଜନଙ୍କ ପତ୍ତା । ପୋଲିସ ଦିବ୍ୟରଞ୍ଜନଙ୍କୁ ଖୋଜୁଥିଲେ ବି ଏପର୍ଯ୍ୟନ୍ତ ତାଙ୍କ ପତ୍ତା ପାଇନି ପୋଲିସ୍ । ଯାହା ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି ।

ଡାକ୍ତର ଶୁଭଶ୍ରୀ କରଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ସସପେନ୍ସ ଭିତରେ, ସାମନାକୁ ଆସିଛି ଗୋଟିଏ ଫଟୋ । ଯେଉଁ ଫଟୋ କହୁଛି ଡାକ୍ତର ଶୁଭଶ୍ରୀ ଓ ଦିବ୍ୟରଞ୍ଜନ କେତେ ନିକଟତର ଥିଲେ । ଉଭୟଙ୍କ ମଧ୍ୟରେ କେତେ ଘନିଷ୍ଠ ଥିଲା ବନ୍ଧୁତା । ଆଉ କେତେ ନିବିଡ ଥିଲା ସମ୍ପର୍କ । ତେବେ ଶୁଭଶ୍ରୀଙ୍କ ସହ ଦିବ୍ୟରଞ୍ଜନଙ୍କ ଫଟୋ ସାମନାକୁ ଆସିବା ପରେ ପୋଲିସର ସନ୍ଦେହ ଦିବ୍ୟରଞ୍ଜନଙ୍କ ଉପରେ ବଢ଼ିଛି । ସେପଟେ ଦିବ୍ୟରଞ୍ଜନଙ୍କ ବିରୋଧରେ ଶୁଭଶ୍ରୀ ପୂର୍ବରୁ ଦେଇଥିବା ଏଫଆଇଆର ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି ।

ଦିବ୍ୟରଞ୍ଜନଙ୍କ ଉପରେ ପୋଲିସର ସନ୍ଦେହ ବଢ଼ୁଥିବାବେଳେ, ତାଙ୍କ ପତ୍ତା ମିଳୁନି । ଯାହା ଦିବ୍ୟରଞ୍ଜନଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି । ପ୍ରଶ୍ନ ଉଠୁଛି, ଯିଏ ଦିନେ ଶୁଭଶ୍ରୀଙ୍କ ଏତେ ନିକଟତର ଥିଲେ ସେ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଶେଷ ମୁହୁର୍ତ୍ତରେ ବି ଦେଖିବାକୁ ଆସିଲେନି କେମିତି? ସେ କେଉଁଠି ଅଛନ୍ତି ଜାଣିଶୁଣି ଲୁଚି ଯାଇଛନ୍ତି ନା ଆଉ କିଛି ହୋଇଛି । ସେ ଶୁଭଶ୍ରୀଙ୍କ ଚରମ ନିଷ୍ପତି ନେବାକୁ ଏକ ପ୍ରକାର ବାଧ୍ୟ କରିଥିଲେ କି? ଏସବୁ ଭିତରେ ଦିବ୍ୟରଞ୍ଜନଙ୍କୁ ଖୋଜିବା ଆରମ୍ଭ କରିଛି ଯୋଡା ପୋଲିସ୍ ।

  • ଆସିଲା ଶୁଭଶ୍ରୀଙ୍କ ବ୍ୟବଛେଦ ରିପୋର୍ଟ
  • ବିଷକ୍ରିୟାରେ ଯାଇଛି ଶୁଭଶ୍ରୀଙ୍କ ଜୀବନ

ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁର କାରଣ ଖୋଜାଚାଲିିଥିବାବେଳେ ଆସିଛି, ଶବ ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟରେ ଶୁଭଶ୍ରୀଙ୍କର ବିଷକ୍ରିୟା ଜନିତ କାରଣରୁ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ଏଥିସହ ଶୁଭଶ୍ରୀଙ୍କ ରୁମରୁ ଜବତ ହୋଇଥିବା ଔଷଧ ବୋତଲକୁ ପରୀକ୍ଷା ପାଇଁ ଭୁବନେଶ୍ୱର ଫରେନସିକ୍ ଲାବକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଶୁଭଶ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସିଡିଏମଓ କହିଛନ୍ତି ।

ତେବେ ଶୁଭଶ୍ରୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଭାଙ୍ଗିପଡିଥିବା ତାଙ୍କ ପରିବାର ଚିନ୍ତା ପ୍ରକଟ କରିଛନ୍ତି । କହିଛନ୍ତି ଶୁଭଶ୍ରୀଙ୍କ ଭଳି ଦୃଢ଼ମନା ଝିଅ ଏଭଳି ନିଷ୍ପତି ନେବ ସେମାନେ କେବେ ଭାବି ନଥିଲେ । ତେବେ ଦିବ୍ୟରଞ୍ଜନଙ୍କ ବିରୋଧରେ ଶୁଭଶ୍ରୀ ଗତ ୨୦ ତାରିଖରୁ ଏତଲା ଦେଇଥିଲେ । କିନ୍ତୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନନେବା ପୋଲିସର ଅବହେଳାକୁ ଦର୍ଶାଉଛି । ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇଥିଲେ ହୁଏତ ଶୁଭଶ୍ରୀ ଚରମ ନିଷ୍ପତି ନେଇନଥାନ୍ତେ । ତେଣୁ ପ୍ରଶ୍ନ ଉଠୁଛି , ପୋଲିସ୍ କାହିଁକି ଶୁଭଶ୍ରୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେଇନଥିଲା?