ପ୍ରକୃତିର କରାଳ ରୂପ : ବୁଡିଲା ମନ୍ଦିର, ଭୁଶୁଡିଲା ଘରଦ୍ୱାର; ସିମଲାରେ ମାଟିତଳେ ଦବିଗଲେ ୫୦ରୁ ଅଧିକ ଶ୍ରଦ୍ଧାଳୁ, ଉଦ୍ଧାରକାର୍ଯ୍ୟ ଜାରି

298

କନକ ବ୍ୟୁରୋ :  ପ୍ରକୃତିର କରାଳ ରୂପ । ବାଦଲ ଫଟା ବର୍ଷାରେ ବେହାଲ ପୂର୍ବ ଭାରତର ପାହାଡି ରାଜ୍ୟ । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ପାଇଁ ଉଛୁଳୁଛି ନଦୀ ପାଣି । ଫଳରେ ଏହି ଦୁଇଟି ରାଜ୍ୟରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ହିମାଚଳପ୍ରଦେଶର ସିମଲାରେ ପ୍ରବଳ ବର୍ଷା ଓ ଭୁସ୍ଖଳନ ପାଇଁ ମାଟି ତଳେ ଦବି ଯାଇଛି ଶିବ ମନ୍ଦିର ।

ଫଳରେ ଶ୍ରାବଣ ମାସ ସୋମବାର ପାଇଁ ମନ୍ଦିରକୁ ଆସିଥିବା ୫୦ରୁ ଅଧିକ ଶ୍ରଦ୍ଧାଳୁ ମାଟି ତଳେ ଦବି ଯାଇଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଧାରକାରୀ ଦଳ ନିୟୋଜିତ କରାଯାଇଛି । ସିମଲାର ସମରହିଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ସେହିପରି ହିମାଚଳ ପ୍ରଦେଶ ସୋଲାନରେ ବାଦଲ ଫଟା ବର୍ଷାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହ ୩ ଜଣ ନିଖୋଜ ହୋଇଛନ୍ତି । ଭୁସ୍ଖଳନ ପାଇଁ ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ହୋଇଛି । ସେହିପରି ଚମୋଲିରେ ଭୁସ୍ଖଳନ ପାଇଁ ଅନେକ ଗାଡି ମାଟି ତଳେ ଦବି ଯାଇିବା ଦେଖିବାକୁ ମିଳିଛି । ଚଣ୍ଡିଗଡ-ମନାଲି ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଛି ।

ଦୃଶ୍ୟ-୧
ଚମୋଲି, ଉତ୍ତରାଖଣ୍ଡ
ବାଦଲ ଫଟା ବର୍ଷାରେ ବେହାଲ ଉତ୍ତରାଖଣ୍ଡ । ପ୍ରବଳ ବର୍ଷା ଓ ଭୁସ୍ଖଳନରେ ସ୍ଥାନୀୟ ଅଞ୍ଚଳରେ ଭୟାବହ ସ୍ଥିତି ଦେଖିବାକୁ ମିଳିଛି । ଅନେକ ଯାନ ମାଟି ତଳେ ଦବି ଯାଇଥିବା ଦେଖିବାକୁ ମିଳିଛି ।

ଦୃଶ୍ୟ-୨
ଗଡୱାଲ, ଉତ୍ତରାଖଣ୍ଡ
ବର୍ଷାରେ ବେହାଲ ପୂର୍ବ ଭାରତ । ଉତ୍ତରାଖଣ୍ଡରେ ଗତ ୫୫ ଘଣ୍ଟା ଧରି ବର୍ଷା ଲାଗି ରହିଛି । ଏହାକୁ ନେଇ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ବନ୍ୟାରେ ଅନେକ ଘର ଦ୍ୱାର ସମେତ ବହୁ ମନ୍ଦିର ବୁଡି ଯାଇଛି ।

ଦୃଶ୍ୟ-୩
ଡେରାଡୁନ, ଉତ୍ତରାଖଣ୍ଡ
ପ୍ରବଳ ବର୍ଷାରେ ଭୁସୁଡିଲା କଲେଜ । ଉତ୍ତରାଖଣ୍ଡ, ଡେରାଡୁନରେ ଥିବା ଡିଫେନ୍ସ କଲେଜ ଭୁଶୁଡି ପଡିଛି ।

ଦୃଶ୍ୟ-୪
ମଣ୍ଡି, ହିମାଚଳପ୍ରଦେଶ
ଦାଉ ସାଧୁଛି ପ୍ରକୃତି । ବାଦଲ ଫଟା ବର୍ଷାରେ ଲୋକେ ହନ୍ତସନ୍ତ । ଏ ଦୃଶ୍ୟ ହେଉଛି ହିମାଚଳପ୍ରଦେଶ ମଣ୍ଡି ଅଞ୍ଚଳର । କେଉଁଠି ନଦୀ ପାଣିରେ ଭାସି ଯାଇଛି ଘର ଦ୍ୱାର । ପୁଣି କେଉଁଠି ଭୁସ୍ଖଳନ ପାଇଁ ଜାତୀୟ ରାଜପଥ ବନ୍ଦ ହୋଇ ପଡିଛି । ମାଟି ତଳେ ଅନେତ ଯାନବାହାନ ଦବି ଯାଇଥିବା ଦେଖିବାକୁ ମିଳିଛି ।

ଦୃଶ୍ୟ-୫
ସିରମୌର, ହିମାଚଳପ୍ରଦେଶ
ବାଦଲ ଫଟା ବର୍ଷା ପାଇଁ କେଉଁଠି ଘର ଦ୍ୱାର ଭାସିଛି, କେଉଁଠି ଯାଇଛି ଜୀବନ । ଏ ଦୃଶ୍ୟ ବଖାଣୁଛି କେତେ ଭୟଙ୍କର ସ୍ଥିତି ।