ମହାରାଷ୍ଟ୍ର ମହାନାଟକ : ବିଧାନ ଭବନ ପହଂଚିଲେ ଉପ ବାଚସ୍ପତି, ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଉପରେ ବିଚାର

181

କନକ ବ୍ୟୁରୋ : ମହାରାଷ୍ଟ୍ର କ୍ଷମତା ରାଜନୀତରେ ଏବେ ଘଡିକେ ଘୋଡା ଛୁଟୁଛି । ଗୋଟିଏ ପଟେ ବିଦ୍ରୋହୀ ଏକନାଥ ସିନ୍ଦେ ତାଙ୍କ ଜିଦରେ ଅଟଳ ଥିବା ବେଳେ ସହଜରେ ପରାଜୟ ସ୍ୱିକାର କରିବାକୁ ପ୍ରସ୍ତୁତ ନୁହଁନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏସବୁ ଭିତରେ ସିନ୍ଦେ ଦାବି କରିଛନ୍ତି କି ତାଙ୍କ ସମର୍ଥନରେ ଥିବା ବିଧାୟକମାନଙ୍କୁ ଶିବସେନା ତରଫରୁ ଧମକ ଦିଆଯାଉଛି । ସେମାନଙ୍କୁ ଡରାଇ ପୁଣି ଫେରାଇ ନେବାକୁ ଚେଷ୍ଟା କରୁଛନ୍ତି ଶିବସେନା ନେତା ।

ଅନ୍ୟପଟେ ଉପ-ବାଚସ୍ପତିଙ୍କ ନିକଟରେ ଏକନାଥ ସିନ୍ଦେ ସମେତ ୧୫ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଛି ଶିବସେନା । ଶିବସେନା ପ୍ରମୁଖ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ଦିନ ଡାକିଥିବା ବିଧାୟକଦଳ ବୈଠକରେ ଯୋଗ ଦେଇନଥିବା କାରଣରୁ ଏହି ୧୫ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ସେ ଉପ-ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି । ଏହାକୁ ନେଇ ସିନ୍ଦେ ବି ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି କି ସମ୍ବିଧାନର ଅନୁସୂଚୀ ୧୦ ମୁତାବକ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ପକ୍ଷରୁ ହ୍ୱିପ୍ ଜାରି କରାଯାଇଥାଏ । ଯାହା ଶିବସେନା କରିବାରେ ବିଫଳ ହୋଇଛି ବୋଲି ସେ କହିଛନ୍ତି ।

ଏସବୁ ମଧ୍ୟରେ ମହାରାଷ୍ଟ୍ର ବିଧାନସଭାର ଉପ-ବାଚସ୍ପତି ନରହରୀ ଜରାବଲ ବିଧାନ ଭବନରେ ପହଂଚିଛନ୍ତି । ଏବେ ସମସ୍ତଙ୍କ ନଜର ତାଙ୍କ ନିଷ୍ପତ୍ତି ଉପରେ ରହିଛି । ସେ ଏବେ ନିଷ୍ପତ୍ତି ନେବେ କି ଶିବସେନାର ସେହି ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବ କି ନାହିଁ ।