ମୃତ୍ୟୁପରେ ବି ଦୁନିଆ ଦେଖିବ ରାଇମୋହନଙ୍କ ଆଖି । ହସ୍ପିଟାଲରେ ରାଇମୋହନଙ୍କ ଚକ୍ଷୁଦାନ କଲେ ପରିବାର ଲୋକ ।

365

କନକ ବ୍ୟୁରୋ: ଯେଉଁ ନାଲି ନାଲି ଆଖିକୁ ଦେଖି, ଦିନେ ଦର୍ଶକ ଭୟରେ ଥରୁଥିଲେ । ଯେଉଁ ଆଖିକୁ ଦେଖି ଦର୍ଶକ ତାଙ୍କ ଅଭିନୟରେ ମତୁଆଲା ହେଉଥିଲେ । ରାଇମୋହନଙ୍କ ସେଇ ଆଖି ତାଙ୍କ ମୃତ୍ୟୁ ପରେ ବି ଜୀବିତ ରହିବ । କାହିଁକି ମୃତ୍ୟୁ ପରେ ରାଇମୋହନଙ୍କ ଚକ୍ଷୁକୁ ହସ୍ପିଟାଲକୁ ଦାନ କରିଛନ୍ତି ତାଙ୍କ ପରିବାର ଲୋକ ।

ଶୁକ୍ରବାର ମଧ୍ୟାହ୍ନରେ ରାଇମୋହନ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ପରିବାର ଲୋକଙ୍କୁ ବୁଝାଇବା ପରେ ସେମାନେ ରାଇମୋହନଙ୍କ ଚକ୍ଷୁଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୯୦ ଦଶକରେ ଯେଉଁ ଫିଲ୍ମ ହେଉଥିଲା ପ୍ରାୟ ଅନେକ ଫିଲ୍ମରେ ରାଇମୋହନ ଖଳନାୟକ ଭୂମିକା ଲିଭାଉଥିଲେ । ଆଉ ତାଙ୍କ କ୍ୟାରିୟର ଭିତରେ ସେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ୯୦ଟି ଓଡିଆ ଫିଲ୍ମ ଓ ୧୫ଟି ବଙ୍ଗଳା ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟ ହୋଇଥିଲେ । କେବଳ ଫିଲ୍ମରେ ସେ ଯାତ୍ରା ଦୁନିଆରେ ମଧ୍ୟ ନିଜ ଜୀବନ୍ତ ଅଭିନୟର ଯାଦୁ ଦେଖାଇଥିଲେ ।