ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାକୁ ଜୋର ଧରିଲା ଦାବି । ଧର୍ମେନ୍ଦ୍ର ପ୍ରଧାନ କହିଲେ, ଚାରୋଟି ଦ୍ୱାର ଖୋଲିବା ନିତ୍ୟାନ୍ତ ଜରୁରୀ । ନରସିଂହ ମିଶ୍ର ବି କହିଲେ ସମାନ କଥା

142

କନକ ବ୍ୟୁରୋ: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ଉପରେ ଚାପ ବଢିବାରେ ଲାଗିଛି । କରୋନା ସମୟରେ ଚାରିଦ୍ୱାର ବନ୍ଦ କରାଯାଇଥିଲା ଏବେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ତୁରନ୍ତ ଖୋଲାଯାଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ସମାନ କଥା କହିଛନ୍ତି । ଏପଟେ ବିରୋଧୀଙ୍କ ଦାବିର ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ । ପ୍ରମିଳା ମଲ୍ଲିକ କହିଛନ୍ତି, ଯେତେବେଳେ ଆବଶ୍ୟକ ହେବ ନିଶ୍ଚିତ ଭାବେ ଚାରିଦ୍ୱାର ଖୋଲାଯିବ ।

  • ଭକ୍ତଙ୍କ ଭାବାବେଗକୁ ବେଖାତିର!
  • ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ବଢୁଛି ଚାପ

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ଉପରେ ଚାପ ବଢିବାରେ ଲାଗିଛି । ପୁରୀର ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷ ଏ ନେଇ ସ୍ୱର ଉଠାଇବା ପରେ ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଚାରୋଟି ଦ୍ୱାରରେ ଭକ୍ତଙ୍କ ଭାବାବେଗ ଅଛି, ଖୋଲିବା ନିତ୍ୟାନ୍ତ ଜରୁରୀ । ମନ୍ଦିର ପ୍ରଶାସନ ହାକିମାତି ନ ଦେଖାଇ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଉଚିତ ହେବ ।

  • ଚାରିଦ୍ୱାର ଖୋଲିବାରେ କାହିଁକି ହେଉଛି ବିଳମ୍ବ?
  • ବିରୋଧୀଙ୍କ ଦାବିର ଉତ୍ତର ରଖିଲା ବିଜେଡି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ କଂଗ୍ରେସ ମଧ୍ୟ ଚାରିଦ୍ୱାର ଖୋଲିବା ସପକ୍ଷରେ ମତ ରଖିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଲୋକଙ୍କ ମତକୁ ସମ୍ମାନ ଜଣାନ୍ତୁ ସରକାର । ରାଜ୍ୟ ସରକାରଙ୍କ ଜ୍ଞାନ ଉଦୟ ହେଉ । ଆଉ ବିରୋଧୀଙ୍କ ଦାବିର ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ । ପ୍ରମିଳା ମଲ୍ଲିକ କହିଛନ୍ତି, ଯେତେବେଳେ ଆବଶ୍ୟକ ହେବ ନିଶ୍ଚିତ ଭାବେ ଚାରିଦ୍ୱାର ଖୋଲାଯିବ । ଶ୍ରୀମନ୍ଦିର ପରିକ୍ରମା କାମ ଚାଲିଥିବାରୁ ୪ ଦ୍ୱାର ଦେଇ ଗଲେ ଭକ୍ତ ଆହତ ହେବା ସମ୍ଭାବନା ରହିଛି । ଆଉ ସଠିକ ସମୟ ଆସିଲେ ଚାରିଦ୍ୱାର ଖୋଲାଯିବ ।

ପୁରୀରେ ଚାରିଦ୍ୱାର ଖୋଲିବା ଦାବିରେ ପୁରୀ ସଚେତନ ନାଗରିକ ମଞ୍ଚ ଏକ ଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଏହା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯିବ । ଚାରିଦ୍ୱାର ଖୋଲିବାକୁ ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ଓ ପୁରୀ ଓକିଲ ସଂଘ ଦାବି କରିସାରିଛନ୍ତି । ଶୁକ୍ରବାର ଛତିଶାନିଯୋଗ ବୈଠକ ବସିଥିଲେ ବି ଚାରିଦ୍ୱାର ଖୋଲିବା ନିଷ୍ପତି ଝୁଲିଛି । କମିଟି ଗଠନ କରି ଦାୟିତ୍ୱ ସାରିଦେଇଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ପ୍ରଶ୍ନ ଉଠୁଛି…

  • କେବେ ଖୋଲିବ ଶ୍ରୀମନ୍ଦିର ଚାରିଦ୍ୱାର?
  • ପ୍ରଶାସନ ଏ ବାବଦରେ କେବେ ନେବ ନିଷ୍ପତ୍ତି?