ଦୀର୍ଘ ସମୟ ଜେରା ପରେ ଇଡିର ଆକ୍ସନ । ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

353

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଛି । ଆଜି ସଂନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଂଚି ବିଭିନ୍ନ କାଗଜପତ୍ର ଯାଂଚ କରିବା ସହ ଶେଷରେ ତାଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡି ଅରବିନ୍ଦ କେଜ୍ରିୱାଲଙ୍କ ମୋବାଇଲ ଫୋନ ଜବତ କରିଥିଲା । ଇଡି କହିଛି କି, ଜେରା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯାଂଚ ଟିମକୁ ସହଯୋଗ କରି ନଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ହେବା ସମୟରେ ହଜାର ହଜାର ଲୋକ ଏହି ଗିରଫକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ପହଂଚିଛନ୍ତି । ମନ୍ତ୍ରୀ ଆତିଶୀ, ଓ ସୌରଭ ଇଡି ଯାଂଚ ବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଉପସ୍ଥିତ ଥିଲେ ।

ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିନ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ନୀତି ମାମଲାରେ ଗିରଫଦାରୀକୁ ରୋକିବା ପାଇଁ କରିଥିବା ଆବେଦନକୁ ଖାରଜ କରିଦେଇଥିଲେ । ବିଚାରପତି ଜଷ୍ଟିସ ସୁରେଶ କୁମାର କୈତ ଓ ଜଷ୍ଟିସ ମନୋଜ ଜୈନଙ୍କ ବେଞ୍ଚ କେଜ୍ରିୱାଲଙ୍କ ଅନୁରୋଧ ସମ୍ବନ୍ଧରେ ବିଚାର କରିବାକୁ ଆଗାମୀ ୨୨ ତାରିଖକୁ ଧାର୍ଯ୍ୟ କରିଥିଲେ ।