ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ : ୨୪ ଘଂଟାରେ ୨ ଲକ୍ଷ ୮୫ ହଜାର ୯୧୪ ନୂଆ ପଜିଟିଭ ଚିହ୍ନଟ

91

କନକ ବ୍ୟୁରୋ : ଦେଶରେ ପୁଣି ବଢିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ୨ ଲକ୍ଷ ୮୫ ହଜାର ୯୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁନଳାରେ ପାଖାପାଖି ୩୦ ହଜାର ନୂଆ ମାମଲା ସାମ୍ନାକୁ ଆସିଛି । ଗତକାଲି ୨ ଲକ୍ଷ ୫୫ ହଜାର ୮୭୪ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ପାର କରିଛି । ସୂଚନା ଅନୁସାରେ ଗତକାଲି ୨ ଲକ୍ଷ ୯୯ ହଜାର ୭୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ଆକ୍ଟିଭ୍ କେସ୍ ରହିଛି ୨୨ ଲକ୍ଷ ୨୩ ହଜାର ୧୮ । ଡେଲି ପଜିଟିଭିଟି ରେଟ୍ ୧୬ ଦଶମିକ ୧୬ ପ୍ରତିଶତ ରହିଛି । ସେହିପରି ଦେଶରେ ଗତ ୨୪ ଘଂଟାରେ ୬୬୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ୬୧୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା ।