ପୁଣି ଡରାଇଲାଣି କରୋନା । କେରଳରେ ପୁଣି ଆଉ ଏକ ଜୀବନ ନେଲା ମାରାତ୍ମକ କରୋନା ।

424

କନକ ବ୍ୟୁରୋ: ପୁଣି ଉପରମୁହାଁ ହେଲାଣି କରୋନା । କେରଳରେ ଭୟଙ୍କର ରୂପ ନେଲାଣି ମହାମାରୀ । ଆଜି ମାରାତ୍ମକ କରୋନା ଆଉ ଏକ ଜୀବନ ନେଇଛି । ଯାହା କରୋନା ଭୟକୁ ବଢାଇ ଦେଇଛି ।

ଓଡିଶାରେ ସେଭଳି କୌଣସ୍ଥି ସ୍ଥିତି ନାହିଁ । କୋଭିଡ୍ ଲକ୍ଷଣ ଦେଖାଦେଲେ ପରିକ୍ଷା କରିବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆବଶ୍ୟକ ପଡିଲେ ପରୀକ୍ଷା ସେଂଟର ବଢାଯିବ । ମାସ୍କ ବାଧ୍ୟତାମୂଳକ ପାଇଁ ବର୍ତମାନ ଗାଇଡଲାଇନ୍ ଆସିନାହିଁ ବୋଲି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବର୍ତମାନ ସୁଦ୍ଧା ଓଡିଶାରେ କରୋନାର ନୂଆ ଭାରିଆଂଟ୍ ଚିହ୍ନଟ ହୋଇନାହିଁ । ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ସତର୍କ ରହିବା । ସର୍ଭିଲାନ୍ସ ବଢାଇବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏବେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଗତ ୨୪ ଘଂଟାରେ ଦେଶରେ ପ୍ରାୟ ୩ ହଜାର ଆକ୍ରାନ୍ତ ଚିହ୍ନଟ ହେଲେଣି । କେବଳ କେରଳରେ ୮୮ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । କରୋନାର ନୂଆ ଭାରିଆଂଟ ଜେଏନ ଡଟ୍ ୱାନ ବ୍ୟାପୁଥିଲେ ବି ସାଂଘାତିକ ହେଉନାହି ାଁ ସାଧାରଣ ଇନଫ୍ଲୁଏଞ୍ଜା ଭଳି ଥଣ୍ଡା, କାଶ ଓ ଜ୍ୱର ଲାଗି ରହୁଛି । ରାଜ୍ୟରେ ଗତ ଡିସେମ୍ବର ୩ ତାରିଖରୁ କୋଭିଡର ଗୋଟିଏ ହେଲେ କେଶ ଆସିନାହିଁ । ତଥାପି କେନ୍ଦ୍ର ପକ୍ଷରୁ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।