ବନ୍ଧାହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ । ଆୟବହିର୍ଭୂତ ସମ୍ପତ୍ତିି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ ।

245

କନକ ବ୍ୟୁରୋ: ଗିରଫ ହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ । ଆୟବର୍ହିଭୂତ ସଂପତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲେ । ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ କରାଯାଇଥିଲା ରେଡ୍ । ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ ଘର ଓ ଭାବିନୀପୁରରେ ଥିବା ଘରେ ରେଡ୍ ହୋଇଥିଲା । ଏହି ଚଢ଼ାଉ ବେଳେ ବିପୁଳ ସମ୍ପତି ଠାବ କରିଥିଲା ଭିଜିଲାନ୍ସ ।

ଭୁବନେଶ୍ୱରରେ ୨ଟି ବହୁ ମହଲା କୋଠା, ୨ଟି ଫ୍ଲାଟ, ୫ଟି ପ୍ଲଟ, ଅଧ କେଜି ସୁନା, ଆକାଉଂଟରେ ୧ କୋଟି ୩୭ ଲକ୍ଷ ଟଙ୍କା ଜମା ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଏହାସହ ୧ଲକ୍ଷ ୨୧ ହଜାର ଟଙ୍କାର ନଗଦ ମଧ୍ୟ ଜବତ ହୋଇଛି । ଏହା ସହ ଗୋଟିଏ ୪ ଚକିଆ ଗାଡ଼ି ମଧ୍ୟ ଜବତ କରାଯାଇଥିଲା ।