ପାରାଦୀପ ବଟନଦୀରେ ମାଛ ମଡକ

36

ପାରାଦୀପ : ପାରାଦୀପ ବଟନଦୀରେ ମାଛ ମଡକ । ଲକ୍ଷାଧିକ ଟଙ୍କାର ରୋହି, ଭାକୁର, ମିରିକାଳୀ ପରି ମଧୁର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । କେଉଁ କାରଣରୁ ଏହି ମାଛ ସବୁ ମରିଛନ୍ତି ତାହା ବର୍ତମାନ ସୁଦ୍ଧା ଜଣାପଡିନାହିଁ । ତେବେ ପ୍ରାଥମିକ ତଦନ୍ତରୁ ପାଣିରେ ଅମ୍ଲଜାନର ଅଭାବ ହେବାରୁ ଏହି ସ୍ଥିତି ଘଟିଥିବା ଆଂଚଳିକ ପ୍ରଦୂଷଣ ବୋର୍ଡ ଶାଖା ପକ୍ଷରୁ କୁହାଯାଇଛି । ଅନ୍ୟପଟେ ପିପିଏଲ ତଥା ଅନ୍ୟ କଳକାରଖାନା ଯୋଗୁଁ ପ୍ରଦୂଷଣ ବଢୁଛି ଏବଂ ଏହାର ପରିଣାମ ସ୍ୱରୂପ ମାଛ ମରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଚନ୍ତି ।