ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ହଜାର ମୁହାଁ : ଗତ ୨୪ଘଂଟାରେ ୨ହଜାର ୯୮୯ ପଜିଟିଭ, ୨ଆକ୍ରାନ୍ତଙ୍କ ମୃତ୍ୟୁ

୧୫ଦିନରେ ରାଜ୍ୟରେ ୧୭ହଜାର ୪୨୫ନୂଆ ମାମଲା

136

କନକ ବ୍ୟୁରୋ : ରାଜ୍ୟରେ ୩ହଜାର ପାଖାପାଖି ପହଂଚିଲା ଦୈନିକ ସଂକ୍ରମଣ । ଗତ ୨୪ଘଂଟାରେ ରାଜ୍ୟରେ ୨ହଜାର ୯୮୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡିରୁ ଓ କେନ୍ଦୁଝରରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୧ହଜାର ୯୩୫ରେ ପହଂଚିଛି ।

ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬୩୧ଜଣ ପଜିଟିଭ ବାହାରିଥିବା ବେଳେ ଖୋର୍ଦ୍ଧାରୁ ୪୩୮ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୯ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଥିବା ବେଳେ ୬ଟି ଜିଲ୍ଲାରେ ୨୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଗତ ୧୫ଦିନରେ ରାଜ୍ୟରୁ ୧୭ହଜାର ୪୨୫ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ ୨୬୦, କଟକରୁ ୨୦୮, ନୂଆପଡାରୁ ୧୫୧, ରାୟଗଡାରୁ ୧୪୮, ବରଗଡରୁ ୧୨୬, ପୁରୀରୁ ୧୧୨ ଓ ବଲାଙ୍ଗୀରରୁ ୧୧୦ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲା ରେଡ ଜୋନରେ ଥିବା ବେଳେ ୭ଟି ଜିଲ୍ଲା ୟେଲୋ ଜୋନରେ ରହିଛି । ସମ୍ବଲପୁର, ବରଗଡ, କଳାହାଣ୍ଡି, ନୂଆପଡା, କଟକ, ପୁରୀ ଓ ବଲାଙ୍ଗୀର ୟେଲୋ ଜୋନକୁ ଯାଇଛି ।