କନକ ବ୍ୟୁରୋ : କଟକରେ ପୁଣି ବୋମାମାଡ । ସିଏମସି ଡେପୁଟି ମେୟର ଅଜୟ ବାରିକଙ୍କ ଘର ଉପରକୁ ବୋମାମାଡ । ଘଟଣାରେ ଦୁଇଟି କାରର ପଛକାଚ ଭାଙ୍ଗିଯାଇଥିବା ବେଳେ କେହି ଆହତ ହୋଇନଥିବା ସୂଚନା ମିଳିଛି । ଏହି ବୋମାମାଡ ବାଦାମବାଡି ବସ ଷ୍ଟାଣ୍ଡରେ ହକରିଂ ବ୍ୟବସ୍ଥା ଉଚ୍ଛେଦ ଘଟଣାକୁ ନେଇ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଅଜୟ ବାରିକ । ବାଦାମବାଡି ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜକୁ ମଧ୍ୟ ଯାଂଚ କରୁଛି । ଗତଥର କଟକରେ ବିଧାୟକ ରାଜା ସ୍ୱାଇଁଙ୍କ ଘର ଉପରକୁ ମଧ୍ୟ ବୋମାମାଡ କରିଥିଲେ ଦୁର୍ବୃତ୍ତ ।
Kanak News is now on WhatsApp
Join and get latest news updates delivered to you via WhatsApp
ଦେଖନ୍ତୁ ଏହି ଭିଡ଼ିଓ –