ଫାଇନାଲ ପାଇଁ ଫାଇଟ୍ : ଆଜି ମହିଳା ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲ, ୬ ଥରର ବିଶ୍ୱ ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ଇଣ୍ଡିଆ
କନକ ବ୍ୟୁରୋ : ଆଜି ମହିଳା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । କାଉଟିଂ ଗ୍ରାଉଣ୍ଡରେ ଅପରାହ୍ନ ୩ଟାରେ ଖେଳାଯିବ ଏହି ମ୍ୟାଚ୍ । ପìର୍ବରୁ ଅଷ୍ଟ୍ରେଲିଆ ୬ଥର ବିଶ୍ୱକପ୍ ଟ୍ରଫି ଜିତି ସାରିଛି । ତେବେ କ୍ୱାର୍ଟର ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଥିବାରୁ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଫାଇନାଲକୁ ଯିବାକୁ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ ମାଧନା, ପୁନମ ରାଉତ, ମିତାଲି ରାଜ, ହରମିନ ପ୍ରିତ କୈାରଙ୍କ ବ୍ୟାଟରୁ ରନ ବାହାରିବା ଆବଶ୍ୟକ । ସେପଟେ ମିତାଲୀ ଯଦି ଅର୍ଦ୍ଧ ଶତକ ହାସଲ କରନ୍ତି ତେବେ ବ୍ୟକ୍ତିଗତ ଭାବେ ପଚାଶ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ଼ କରିବେ ।