ଅଭିଶପ୍ତ ଫିଲ୍ମ କାହାଣୀ! ସ୍କ୍ରିପ୍ଟ ପଢି ଗଲାଣି ୬ ଜଣଙ୍କ ଜୀବନ ।

821

କନକ ବ୍ୟୁରୋ: ଭୂତ, ପ୍ରେତ, କିମ୍ବା ଆତ୍ମା ସମ୍ପର୍କିତ ଫିଲ୍ମ ଆପଣ ଦେଖିଥିବେ କିନ୍ତୁ ଜାଣିଛନ୍ତି, ି କୌଣସି ଫିଲ୍ମର କାହାଣୀ ଅଭିଶପ୍ତ ହୋଇପାରେ । ହେଲେ ଏପରି ପ୍ରମାଣିତ ହୋଇଛି । କାରଣ , ଏକ ହଲିଉଡ ଫିଲ୍ମ ହେବା ପୂର୍ବରୁ ଏହାର ସ୍କ୍ରିପ୍ଟ ଯେଉଁମାନେ ପଢିଲେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏପରି ଭାବେ ଅଭିନେତାଙ୍କ ଠାରୁ ଆରମ୍ଭ କରି ଫିଲ୍ମ କ୍ରୁ୍ୟର ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

କୁହାଯାଏ ଫିଲ୍ମ ଗୁଡିକ ସମାଜର ଆଇନା ଭାବେ କାର୍ଯ୍ୟ କରେ । ସାରା ଦୁନିଆଁରେ ବର୍ଷକୁ ପାଖାପାଖି ୨ରୁ ଅଢେଇ ହଜାର ଫିଲ୍ମ ବନା ଯାଉଛି ଏଥିରୁ କିଛି ଫିଲ୍ମ ସାମାନ୍ୟ ଫିଲ୍ମ ସାମାନ୍ୟ ହୋଇଥିବାବେଳେ କିଛି ସ୍ୱତନ୍ତ୍ର ହୋଇଥାଏ । କେଉଁ ଫିଲ୍ମର ଗୀତ ସୁପରିଟ୍ ହୋଇଥାଏ ତ ଆଉ କାହାର କାହାଣୀ ଆଉ କେଉଁ ଫିଲ୍ମରେ ଅଭିନେତାଙ୍କ ଆକ୍ଟିଙ୍କୁ ନେଇ ଚର୍ଚ୍ଚା ହୋଇଥାଏ । ହେଲେ ଫିଲ୍ମ ହେବା ପୂର୍ବରୁ ଏହାର ସ୍କ୍ରିପ୍ଟକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା ।

ଏହି ଫିଲ୍ମର ନାଁ ରଖାଯାଇଥିଲା ‘ଅଟୁକ୍’ । ହେଲେ ଏହାର ବିଚିତ୍ର ଓ ରହସ୍ୟମୟ କାହାଣୀ ଯୋଗୁଁ ଏହା ପୂରଣ ହୋଇପାରିଲାନାହିଁ । କାରଣ ଏହାର ଲିଡ ରୋଲରେ ରହୁଥିବା ଯେଉଁ ଅଭିନେତା ଏହାର ସ୍କ୍ରିପ୍ଟ ପଢିଲେ ତାଙ୍କର ମୃତ୍ୟୁ ହୋଇଯାଉଥିଲା । ଯେତେବେଳେ ଜଣେ ୨ ଜଣ ନୁହଁନ୍ତି ବରଂ ୬ଜଣ ଅଭିନେତାଙ୍କର ମୃତ୍ୟୁ ହୋଇଗଲା ସେତେବେଳେ ପୁରା ହଲିଉଡ ଇଣ୍ଡଷ୍ଟ୍ରିର ହୋସ୍ ଉଡିଯାଇଥିଲା ।

ଏହାର କାହାଣୀ କ’ଣ ଥିଲା?

କାହାଣୀ ଏକ କାନାଡା ଗୀତରୁ ଆରମ୍ଭ ହୋଇଛି । ଯାହାର ବିଷୟ ବସ୍ତ ହେଉଛି, ଏକ ସୁନ୍ଦର ଯୁବତୀ ଆଲାସ୍କାର ପାହାଡି ଇଲାକାକୁ ବୁଲିବାକୁ ଆସୁଛି । ସେଠାରେ ତାଙ୍କୁ ଜଣେ ଯୁବକ ଲୁଚି ଲୁଚି ଦେଖୁଥାଏ ଏବଂ ଯୁବତୀଙ୍କ ପ୍ରେମରେ ପଡିଯାଏ । ଯୁବତୀ ଘରକୁ ଫେରିବା ବେଳକୁ ଯୁବକ ଜଣକ ଯୁବତୀର କାରରେ ଲୁଛି ବସିପଡେ ଏବଂ ଯାଇ ନ୍ୟୁୟର୍କ ସହରରେ ପହଞ୍ଚିଯାଏ । ସଠାରେ ନିଜର ପରିଶ୍ରମ ବଳରେ ଜଣେ ଧନୀ ବ୍ୟକ୍ତି ହୁଏ । ହେଲେ ସେତେବେଳେ ବି ଯୁବତୀଙ୍କ ପ୍ରେମରେ ଏପରି ପାଗଳ ହୋଇ ରହିଥାଏ ଯେ, ତାଙ୍କ ପାଇଁ ସବୁ ହରାଇବା ପରେ ପ୍ରାଣ ହରାଏ ।