ଏସିଆ କପରେ ଖରାପ ପ୍ରଦର୍ଶନ ପରେ ମୁହଁ ଖୋଲିଲେ ଦ୍ରାବିଡ୍ । କହିଲେ, ୨ଟି ପରାଜୟ ପରେ ଟିମ୍ ଖରାପ ହେଇଯାଏନି ।

ଆହତ ସମସ୍ୟା ଆମ ସନ୍ତୁଳନ ବିଗାଡି ଦେଇଛି: ରାହୁଲ ଦ୍ରାବିଡ୍

235

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ । ଦ୍ରାବିଡ୍ ପୂୂୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ତାଙ୍କ ସହିତ ଏକ ଇଣ୍ଟରଭ୍ୟୁରେ ଯୋଗ ଦେଇ ଦ୍ରାବିଡ୍ କହିଛନ୍ତି, ଟିମ୍ ଏହିଭଳି ବିଫଳତାକୁ ସଠିକ୍ ଢଙ୍ଗରେ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଥାଏ । କେବଳ ଦୁଇଟି ପରାଜୟ ପରେ ଗୋଟିଏ ଟିମ୍ ଖରାପ ଟିମ୍ ହେଇଯାଏନି । ଏସିଆ କପର ଲିଗ୍ ଷ୍ଟେଜରେ ଭାରତ ଦୁଇଟି ଯାକ ମ୍ୟାଚ୍ ଜିତିଥିଲା । ହେଲେ ସୁପର-୪ରେ ଟିମ୍ ଇଣ୍ଡିଆ ଦୁଇଟି ଲଗାତାର ପରାଜୟ ଭୋଗିବାରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲା ।

ତେବେ ଆଫଗାନିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆ କମବ୍ୟାକ୍ କରିଛି । ଦଳ ବଡ ବିଜୟ ସହିତ ଏସିଆ କପ୍ ଅଭିଯାନ ଶେଷ କରିଛି । ଟିମ୍ ଇଣ୍ଡିଆ ଆଫଗାନିସ୍ତାନ ବିପକ୍ଷରେ ୧୦୧ ରନର ବଡ ବିଜୟ ହାସଲ କରିଛି । ଯେଉଁଥିରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଶତକ ସାମିଲ ଅଛି । ତେବେ ୬୧ ବଲରେ ୧୨୨ ରନର ଦମଦାର ଇଂନିସ ଖେଳି ବିରାଟ କୋହଲି ନିଜ ଫର୍ମ ଫେରିପାଇଥିବାର ପ୍ରମାଣ ଦେଇଛନ୍ତି ।

ତେବେ ଏସିଆ କପରେ ଭାରତର ନିରାଶାଜନକ ପ୍ରଦର୍ଶନ ନେଇ କୋହଲି କହିଛନ୍ତି, ଟିମର ଏଭଳି ପରାଜୟକୁ ନେଇ ଅଧିକ ପ୍ରତିକ୍ରିୟାଶୀଳ ହେବା ଉଚିତ୍ ନୁହେଁ । ଟି-୨୦ ଫର୍ମାଟରେ ଛୋଟ ଫର୍ମାଟର ଖେଳ ଅଟେ । ତେବେ କଠିନ ପରିସ୍ଥିତିର ସାମ୍ନା କରିବା ସତ୍ତେ୍ୱ ମଧ୍ୟ ଟିମ ଶେଷ ଓଭର ଯାଏଁ ମ୍ୟାଚକୁ ନେଇଥିଲା ବୋଲି ଦ୍ରାବିଡ୍ କହିଛନ୍ତି ।

ଦ୍ରାବିଡ୍ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଖେଳକୁ ଶେଷ ବଲ ପର୍ଯ୍ୟନ୍ତ ନେଇଥିଲୁ । ଆମେ ଏବେ ବି ନିଜର ଶିିଖିବା ଜାରି ରଖିଛୁ । ଆମେ ସମ୍ପୂର୍ଣ୍ଣ ସଠିକ୍ ନୁହଁ । ତା ବୋଲି ଆମେ ଖରାପ ବି ନୁହଁ ବୋଲି ଦ୍ରାବିଡ କହିଛନ୍ତି । ଗତ ୮ରୁ ୯ ମାସ ଧରି ଆମେ ଭଲ କ୍ରିକେଟ୍ ଖେଳିଆସୁୁଛୁ । ତେବେ କିଛି ଆହତ ଜନିତ ସମସ୍ୟା ଓ ଜ୍ୱରବ୍ୟାଧି ଯୋଗୁ ଆମ ସନ୍ତୁଳନ ଖରାପ ହେଇଯାଇଛି ।