ରାହୁଲ ଗାନ୍ଧୀ ଲଢିବେ କି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ? ଜାଣନ୍ତୁ ‘ଭାରତ ଯୋଡ’ ଯାତ୍ରା ବେଳେ କଣ କହିଲେ

83

କନକ ବ୍ୟୁରୋ : ଏବେ କଂଗ୍ରେସ ସାରା ଦେଶରେ ଭାରତ ଯୋଡ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଯାତ୍ରା ଚାଲିଥିବା ବେଳେ କଂଗ୍ରେସର ଅଧ୍ୟକ୍ଷପଦ ନିର୍ବାଚନକୁ ନେଇ ରାହୁଲ ଗାନ୍ଧୀ ଏଭଳି କିଛି କହିଛନ୍ତି କି, ଯାହାକୁ ନେଇ କିଏ ଲଢିବ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ତା ଉପରେ ସସ୍ପେନ୍ସ ବଢି ଚାଲିଛି । ଏନେଇ ଗଣମାଧ୍ୟମ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଉତର ଦେଇ କହିଛନ୍ତି କି ମୁଁ ଏବେ ମନକୁ ବୁଝାଇ ନିଷ୍ପତ୍ତି ନେଇ ସାରିଛି । ହେଲେ ସମୟ ଆସିଲେ ସବୁକିଛି କହିବି ବୋଲି ସେ କହିଛନ୍ତି । ଭାରତ ଯୋଡ ଯାତ୍ରା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଣ ସନ୍ଦେଶ ଦେବେ ବୋଲି ଗଣମାଧ୍ୟମ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ । ଏନେଇ ରାହୁଲ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ପାଇଁ ତାଙ୍କର କିଛି ସନ୍ଦେଶ ନାହିଁ ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ପାର୍ଟିକୁ ଏକଜୁଟ କରିବାକୁ ଆହ୍ୱାନ ଦେଇଥିବା ବେଳେ କହିଛନ୍ତି କି ଯେତେବେଳେ ଦଳର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ସେତେବେଳେ ଜଣାପଡିବ କି କିଏ ନିର୍ବାଚନ ଲଢିବ । ଅନ୍ୟପଟେ ଭାରତ ଯୋଡ ଯାତ୍ରା ନେଇ ରାହୁଲ କହିଛନ୍ତି କି, ଏହି ଯାତ୍ରାର ଉର୍ଦ୍ଦେଶ୍ୟ ହେଉଛି ଦେଶବାସୀଙ୍କୁ ଜଣାଇବାକୁ ଚାହୁଁଛୁ କି ତଳସ୍ତରରେ କଣ ଚାଲିଛି । ଏହାସହ ବିଜେପି ଓ ସଂଘ ପରିବାର ଦ୍ୱାରା ଦେଶର ଯେଉଁ କ୍ଷତି କରାଯାଉଛି ତା ବାବଦରେ ଦେଶବାସୀଙ୍କୁ ଜଣାଇବା ଉର୍ଦ୍ଦେଶ୍ୟରେ ଏହି ଯାତ୍ରା କରାଯାଉଥିବା କଥା ସେ କହିଛନ୍ତି ।

 

ଗୋଟିଏ ପଟେ କିଛି ଗଣମାଧ୍ୟମ ଓ ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି କି, କଂଗ୍ରେସକୁ ବଞ୍ଚାଇବା ପାଇଁ ଏହି ପଦଯାତ୍ରା କରାଯାଉଛି । ହେଲେ ଏହାର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି କି ବିଜେପି ଓ ସଂଘ ପରିବାର ତାଙ୍କର ମତ ରଖିଛନ୍ତି । ହେଲେ କଂଗ୍ରେସ ଦେଶର ଲୋକମାନଙ୍କୁ ଏକଜୁଟ କରିବାକୁ ଏହି ଯାତ୍ରା ଆରମ୍ଭ କରିଛନ୍ତି । ରାହୁଲ ଅଭିଯୋଗ ଆଣିଛନ୍ତି ଯେ ଏବେ ଦେଶରେ ସମସ୍ତ ସରକାରୀ ସଂସ୍ଥାକୁ ବିଜେପି ତାର ନିୟନ୍ତ୍ରଣକୁ ନେଇଛି ଓ ସେମାନଙ୍କ ବିରୋଧୀଙ୍କ ଉପରେ ଚାପ ପକାଇବାକୁ ବ୍ୟବହାର କରୁଛି ।