ଚର୍ଚ୍ଚାରେ କାବେରୀ ମା’ର କାହାଣୀ: ଜୟପୁର କୁମ୍ବାରୀସାହିରେ ୩ଟି ସୁସ୍ଥ ବାଛୁରୀ ଜନ୍ମ କଲା ଗାଇ କାବେରୀ

74

କନକ ବ୍ୟୁରୋ: କାବେରୀ ମା’ର କାହାଣୀ । ବିଶେଷକରି ଗାଇ ଛୁଆ ଜନ୍ମ କରିବା କଥା କିଛି ନୁଆ ନୁହେଁ । କନ୍ତୁ ଏକାଥରକେ ଗୋଟିଏ ଗାଇ ୩ ଟି ଛୁଆ ଜନ୍ମ କରିବା, ଏବଂ ସୁସ୍ଥ ସବଳ ରହିଥିବା କଥା ଏବେ ଜୟପୁର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଜୟପୁର ସହରର କୁମ୍ବାରୀସାହିରେ ପଣ୍ଡା ଡ଼ାଇରି ଫାର୍ମରେ ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆମେ ଅନେକ ସମୟରେ ଗାଇ ୨ଟି ଛୁଆ ଜନ୍ମ କରିବା କଥା ଶୁଣିଛେ । ଆଉ ତାହା ମଧ୍ୟ ଅଧିକାଂଶ ସମୟରେ ବଂଚିନଥାଏ କିନ୍ତୁ ଏହି ଗାଇଟିର ୩ଟି ଛୁଆ ସୁସ୍ଥ ଅଛନ୍ତି । ପାଳି କରି ମାଆ କ୍ଷୀର ଖାଇବାକୁ ଦେଉଛନ୍ତି ଗାଇକୁ ପାଳନ କରୁଥିବା ବୃଦ୍ଧା ମହିଳା କହିଛନ୍ତି । ଗାଇଟିର ନାମ କାବେରି । ଏହା ତାର ପଚଂମ ଗର୍ଭ । ପୁର୍ବରୁ ଗୋଟିଏ ଲେଖାଏଁ ବାଛୁରିକୁ ସେ ଜନ୍ମ ଦେଇଥିଲା । ଏବେ ଏକାଥରକେ ୩ଟି ଜନ୍ମ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।