ନବଜାତର ନାମକରଣକୁ ନେଇ ବିବାଦରେ ବାପା,ମା’: ସ୍ୱିଡେନରେ ନାମକରଣକୁ ନେଇ କଡା ନିୟମ

207

କନକ ବ୍ୟୁରୋ: ନବଜାତର ନାମକରଣକୁ ନେଇ ଚର୍ଚ୍ଚାରେ ଅଭିଭାବକ । ଏପରି ଘଟଣା ଘଟିଛି ସ୍ୱିଡେନରେ । ସବୁ ବାପା , ମା’ ଚାହାଁନ୍ତି ତାଙ୍କର ପିଲାର ନାଁ ପ୍ରେରଣାଦାୟୀ ବା କିଛି ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ନାଁକୁ ନେଇ ରଖିବାକୁ ।ହେଲେ ସ୍ୱିଡେନ ଲାହୋମରେ ରହୁଥିବା ଜନୈକ ଦମ୍ପତ୍ତି ନିଜ ପୁଅର ନାମକରଣକୁ ଆଇନଗତ ବିବାଦର ସମ୍ମୁଖୀନ ହୋଇଛନ୍ତି । ଏଠିକାର ନିୟମ ଅନୁସାରେ କାହାରି ସନ୍ତାନ ଜନ୍ମ ହେବାର ୨ମାସ ଭିତରେ ପିଲାର ଦିଆଯାଉଥିବା ନାଁକୁ ସ୍ୱିଡେନ ଟ୍ୟାକ୍ସ ଏଜେନ୍ସି ସ୍କାଟେଭେର୍କେଟ୍ରେ ରେଜେଷ୍ଟ୍ରି କରିବାକୁ ପଡିବ । ପିଲାର ନାଁ ଯେପରି କୌଣସି ରାଜନେତା ବା ଆପତ୍ତିଜନକ ନହୁଏ ସେନେଇ ଏହି ଏଜନ୍ସି ଯାଞ୍ଚ କରିଥାଏ । ଏହି ଦମ୍ପତ୍ତି ନିଜ ପୁଅର ପ୍ରଥମ ନାଁ ଭ୍ଲାଦିମିର ରଖିଥିଲେ ବି ଟାଇଟଲ ପୁତିନ ରଖିବା କେବେବି ଗ୍ରହଣୀୟ ନୁହେଁ ବୋଲି ସଫେଇ ଦେଇ ଏପରି ନାଁ ରଖିବାକୁ ଏଜେନ୍ସି ପକ୍ଷରୁ ନୋଟିସ୍ କରାଯାଇଛି । ଏହାପରେ ଦମ୍ପତ୍ତି ପୁଅର ନାଁ ପୁଣିଥରେ ବଦଳାଇ ଜଣାଇବାକୁ କହିଛନ୍ତି ।


ନାମକରଣକୁ ନେଇ ଏତେ କଡା ନିୟମ ଥିବା ସତ୍ତେ୍ୱ ଦେଶରେ ୧୪୨୩ଜଣଙ୍କ ପ୍ରଥମ ନାଁ ଭ୍ଲାଦିମିର ଥିବା ଜଣାପଡିଛି । ମାତ୍ର ଦୁଇଜଣଙ୍କ ଟାଇଟଲ ପୁତିନ୍ ରହିଥିବା ଏକ ପରିସଂଖ୍ୟାନରୁ ଜଣାପଡିଛି । ପୂର୍ବରୁ ଏହି ଏଜେନ୍ସି ଫର୍ଡ, ପିଜନର, କ୍ୟୁ, ଆଲାହ୍ ନାଁକୁ ପ୍ରତ୍ୟାକ୍ଷାନ କରିଛି । କେବଳ ଗୁଗୁଲ, ମେଟାଲିକା ପରି ନାଁକୁ ଅନୁମତି ଦେଇଥିବା ଜଣାପଡିଛି ।