ଆରପାରିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ଟ୍ୱିଟ୍ କରି ସୂଚନା ଦେଲେ ଜୟରାମ ରମେଶ

487

କନକ ବ୍ୟୁରୋ : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନେଇ ଏକ ବଡ ଖବର ଆସିଛି । ସୋନିଆ ଗାନ୍ଧୀଙ୍କ ମା ପାଓଲା ମାଇନୋଙ୍କର ଇଟାଲୀରେ ଦେହାନ୍ତ ହୋଇଛି । ଏନେଇ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଜୟରାମ ରମେଶ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ସୋନିଆ ଗାନ୍ଧୀଙ୍କ ମା ପାଓଲା ମାଇନୋଙ୍କର ଅଗଷ୍ଟ ୨୭ ତାରିଖରେ ଇଟାଲୀ ସ୍ଥିତ ବାସଭବନରେ ଦେହାନ୍ତ ହୋଇ ଯାଇଛି । ଏହାସହ ଅଗଷ୍ଟ ୨୮ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର ହୋଇସାରିଥିବା କଥା ଜୟରାମ ରମେଶ ସୂଚନା ଦେଇଛନ୍ତି ।