ନିଜ ଜନ୍ମଦିନ ନ ପାଳିବାକୁ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଶୁଭେଚ୍ଛା ଜଣାଇବାକୁ ଆସନ୍ତୁ ନାହିଁ ନବୀନ ନିବାସ

268

କନକ ବ୍ୟୁରୋ : ସାଧାରଣ ଜୀବନ ଶୈଳୀ ସହ ଜୀବନ ଅତିବାହିତ କରୁଥିବା ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଚଳିତ ବର୍ଷ ନିଜ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି । ଗତମାସରେ ତାଙ୍କର ବଡ ଭଉଣୀ ଗୀତା ମେହେଟ୍ଟାଙ୍କର ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ତେଣୁ କେହି ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସେ ଅନୁରୋଧ କରିଛନ୍ତି ।

ସୂଚନା ଥାଉକି ପ୍ରସିଦ୍ଧ ଲେଖିକା ତଥା ବିଜୁ ପଟ୍ଟନାୟକଙ୍କ କନ୍ୟା ଗୀତା ମେହେଟ୍ଟାଙ୍କର ଚଳିତବର୍ଷ ସେପ୍ଟେ୍ମ୍ବର ୧୭ ତାରିଖରେ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ଦିଲ୍ଲୀରେ ପହଂଚି ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।