ଫୁଲବାଣୀରେ ଆଜି ବିଜେଡିର ଯୁବ ସମାବେଶ । କନ୍ଧମାଳକୁ ମୁଖ୍ୟମନ୍ତ୍ରୀ ଦେବେ ୨୩୪ କୋଟିର ପ୍ୟାକେଜ
ଯୋଗଦେବେ ୫ଟି ଜିଲ୍ଲାର ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀ
କନକ ବ୍ୟୁରୋ: ଫୁଲବାଣୀରେ ଆଜି ବିଜେଡିର ଯୁବ ସମାବେଶ । କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ ଓ ବୌଦ୍ଧ, ୫ଟି ଜିଲ୍ଲାର ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀ ଯୋଗଦେବେ । ଏହି ଅବସରରେ ମୁଖ୍ୟ କନ୍ଧମାଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ୫୭ କୋଟି ଟଙ୍କାର ୧୯ଟି ପ୍ରକଳ୍ପର ଉଦଘାଟନ କରିବେ । ସେହିପରି ୧୭୭କୋଟି ଟଙ୍କାର ୪୭ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ:ଆଞ୍ଚଳିକ ଯୁବ ସମାବେଶରେ ଯୋଗ ଦେବେ
ବାଲେଶ୍ୱରଠାରେ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ ଆଞ୍ଚଳିକ ଯୁବ ସମାବେଶ। ଏଥିରେ ବାଲେଶ୍ୱର ସମେତ ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲାର ୨୭ହଜାର ୫ଶହ ବିଜୁ ଯୁବବାହିନୀ ସହ ପ୍ରଶାସନିକ ଅଧିକାରୀ, କର୍ମଚାରୀ, ମନ୍ତ୍ରୀ, ଏମ୍ପି, ବିଧାୟକ ଏବଂ ଯୁବକର୍ମୀମାନଙ୍କୁ ମିଶାଇ ପ୍ରାୟ ୪୦ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବାର ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର ପୂର୍ବାହ୍ନ ୧୧ଟାରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।