ମୁଖ୍ୟମନ୍ତ୍ରୀ ପାଳିଲେ ବଡଦିନ , ଚର୍ଚ୍ଚରେ ବଡ଼ଦିନ ଓ ନୂଆବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

298

ରାଜଧାନୀରେ ଖ୍ରୀଷ୍ଟମାସ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତ୍ୟନଗର ଠାରେ ଥିବା ଚର୍ଚ୍ଚରେ ସନ୍ଧ୍ୟାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ବଡଦିନ ପାଳନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉତ୍ସବରେ ନବୀନ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇବା ସହ ସାଧାରଣ ଲୋକଙ୍କ ସହ ସେ ସବୁବେଳେ ରହିଥିବା କଥା କହିଥିଲେ ।

ଉତ୍ସବ ଆରମ୍ଭରୁ ଖ୍ରୀଷ୍ଟମାସର କେକ୍ କାଟିଥିଲେ ମୁଖ୍ୟମନ୍ତ୍ରୀ । ଛୋଟଛୋଟ ପିଲା ମୁଖ୍ୟମନ୍ତ୍ରୀଙ୍କ ଆଗରେ ଖ୍ରୀଷ୍ଟମାସ ଗୀତ ଗାଇଥିଲେ । ସତ୍ୟନଗର ଠାରେ ଥିବା ଚର୍ଚ୍ଚରେ ବଡଦିନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ୨୪ ତାରିଖ ରାତିରୁ ପ୍ରଭୁ ଯୀଶୁଙ୍କ ଜନ୍ମଠାରୁ ଆରମ୍ଭ କରି ୨୫ ତାରିଖ ପର୍ଯ୍ୟନ୍ତ ଉତ୍ସବ ପାଳନର ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଥିବା କହିଛନ୍ତି ଏହାର ଚର୍ଚ୍ଚର୍ର ଅଧିକାରୀ ।