ଭିସୁଟ୍ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ : ସାମ୍ନାକୁ ଆସିଲା ମାଆଙ୍କ ସହ ଚିନ୍ମୟୀ ପ୍ରିୟଦର୍ଶନୀଙ୍କ ଶେଷ ଚାଟ୍

1,563

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ଶେଷ ଚାଟ୍ । ମାଆଙ୍କ ସହ କଥା ହୋଇଛନ୍ତି ଚିନ୍ମୟୀ । ସମାବର୍ତନ ଉତ୍ସବରେ ସାମିଲ ହେବା ପରେ କଥା ହୋଇଛନ୍ତି ଚିନ୍ମୟୀ । ସମାବର୍ତନ ଉତ୍ସବର କିଛି ଫଟୋ ପ୍ରୀତିମାନଙ୍କୁ ପଠାଇଥିଲେ ଚିନ୍ମୟ । ରାତି ୯ଟାରେ ସେ ବସରେ ଘରକୁ ଆସିଥାନ୍ତେ । ଏହା ପୂର୍ବରୁ ସଂଧ୍ୟାରେ ମାଆଙ୍କ ସହ ଚିନ୍ମୟୀ କଥା ହୋଇଛନ୍ତି । ରାତି ୯ଟାରେ ସୁଭଶ୍ରୀ ବସର ୮ ନମ୍ବର ସ୍ଲିପରରେ ବସି ଘରକୁ ଆସିଥାନ୍ତେ ବୋଲି ଲେଖିଛନ୍ତି ଚିନ୍ମୟୀ । ହେଲେ ରାତିରେ ତାଙ୍କ ମାଆ ଯେତେବେଳେ ଫୋନ୍ କରିଥିଲେ ତାଙ୍କ ତଣ୍ଟି ଚିପି ହେବା ଭଳି ଲାଗୁଥିବା କହିଛନ୍ତି ତାଙ୍କ ମାଆ ।

ସେପଟେ, ଚିନ୍ମୟୀ ଆତ୍ମହତ୍ୟା କରିନାହାନ୍ତି, ବରଂ ହତ୍ୟା କରାଯାଇଛି ବୋଲି ତାଙ୍କ ମାଆ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଆଧାରରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେଙ୍କ ସମେତ ୨ ଜଣଙ୍କ ନାଁରେ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଆଜି ଶ୍ରୀମତୀ ସାହୁ କହିଛନ୍ତି, ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର ସମୟରେ ବେକରେ ରଶି ବାନ୍ଧିବାର ଦାଗ ଥିବା ଦେଖିବାକୁ ମିଳିଥିଲା। ସେ ପିନ୍ଧି ଥିବା ସୁନା ଚେନ୍‌ ବି ତାର ବେକରେ ନଥିଲା ।

ଯଦି ସେ ଆତ୍ମହତ୍ୟା କରିଥାନ୍ତା, ତାହାଲେ ବେକରୁ ସୁନା ଚେନ୍‌କୁ କାହିଁକି ଖୋଲିଥାନ୍ତା? ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ‘ଅଭିଯୁକ୍ତର ବାପା ରାଜ୍ୟ ଗୃହ ବିଭାଗରେ କାର୍ଯ୍ୟରତ ଥିବାରୁ ମାମଲାକୁ ଚାପି ଦେବାକୁ ଚେଷ୍ଟା କରାଯିବ। ମୋତେ ନ୍ୟାୟ ଦରକାର। ଝିଅକୁ ନ୍ୟାୟ ନମିଳିଲେ ଆମେ ଆତ୍ମହତ୍ୟା କରିବୁ ବୋଲି ଲବଙ୍ଗ କହିଛନ୍ତି। ‘ଯଦି ଝିଅକୁ ନ୍ୟାୟ ଦେଇପାରିବୁ ନାହିଁ, ତାହାଲେ ଆମେ ବଞ୍ଚିକି ଲାଭ କଣ ? ଅଧିକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି।