ଚୀନବାସୀଙ୍କ ଉପରେ ସବୁଠୁ ଅଧିକ ଋଣ ବୋଝ । ଆଉ କେଉଁ ଦେଶ ଉପରେ କେତେ ଋଣ?

222

କନକ ବ୍ୟୁରୋ: କେଉଁ ଦେଶର ନାଗରିକଙ୍କ ଉପରେ କେତେ ଋଣ ବୋଝ? ଏନେଇ ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ । କରୋନା ମହାମାରୀ ଯୋଗୁଁ କୋଟି କୋଟି ଲୋକ ନିଜର ଜୀବିକା ହରାଇଛନ୍ତି । ଏଭଳି ସ୍ଥଳେ ସ୍ଥିତିକୁ ସମ୍ଭାଳିବାକୁ ପ୍ରତି ଦେଶର ଖର୍ଚ୍ଚ ମଧ୍ୟ ବଢିବାରେ ଲାଗିଛି । ଫଳରେ ଦେଶ ଉପରେ ଋଣ ବୋଝ ବଢିବାରେ ଲାଗିଛି । ଏ କ୍ଷେତ୍ରରେ ସବୁଠୁ ଆଗରେ ଅଛି ଚୀନ । ଚୀନ ବାସୀଙ୍କ ମୁଣ୍ଡ ପିଛା ଋଣ ସର୍ବାଧିକ ବୋଲି ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ସର୍ଭେ ରିପୋର୍ଟରୁ ଜଣାପଡିଛି ।

ଭାର ଓ ପଡୋଶୀ ଦେଶଙ୍କ ମଧ୍ୟରେ ଯଦି ତୁଳନା କରାଯାଏ ତେବେ ଚୀନ ଉପରେ ସବୁଠୁ ଅଧିକ ଋଣ ବୋଝ ରହିଛି । ଅନ୍ୟପଟେ ବାଂଲାଦେଶ ଉପରେ ସବୁଠୁ କମ୍ ଋଣ ରହିଛି । ପାକିସ୍ତାନର ଅବସ୍ଥା ନକହିଲେ ଭଲ । ଏଠିକାର ଲୋକଙ୍କ ଅବସ୍ଥା ଯେପରି ଦାରିଦ୍ର୍ୟର କଷାଘାତରେ ଅଣନିଃଶ୍ୱାସୀ ହୋଇପଡୁଛି ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ସର୍ଭେ ରିପୋର୍ଟ ମୁତାବକ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଶାସନ କାଳରେ ଦେଶ ୨୧ ଲକ୍ଷ କୋଟି ଟଙ୍କା ଋଣ କରିଛି । ଏହାସହ ପାକିସ୍ତାନର ସମୁଦାୟ ଋଣ ଭାର ୫୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଫଳରେ ପାକିସ୍ତାନର ପ୍ରତି ନାଗରିକଙ୍କ ମୁଣ୍ଡପିଛା ଋଣ ୯୩ ଲକ୍ଷରୁ ଅଧିକ ।

ଏବେ ସୁଦ୍ଧା ଭାରତର ଋଣଭାର ୫୭୦ ଅରବ ଡଲାର ଥିବାବେଳେ ବାଂଲାଦେଶର ଋଣ ମାତ୍ର ୪୫ ଅରବ ଡଲାର ରହିଛି, ଯାହା ଭାରତୀୟ ମୂଲ୍ୟରେ ପାଖାପାଖି ୩୪ ହଜାର ଟଙ୍କା । ହେଲେ ଏ କ୍ଷେତ୍ରରେ ସବୁଠୁ ଆଗରେ ଅଛି ଚୀନ । ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟକୁ ଆକଳନ କଲେ ପ୍ରତି ଚୀନ ବାସୀଙ୍କ ମୁଣ୍ଡ ପିଛା ଋଣ ରହିଛି ୬ କୋଟି ୮୧ ଲକ୍ଷ ୨ଶହ ହଜାର ଟଙ୍କା ।