୮ ମିନିଟରେ ଦୌଡିବ ୨ କିଲୋମିଟର, ନେହେଲେ କଟିବ ଦରମା: ଖେଳାଳିଙ୍କ ପାଇଁ ଏମିତି ନିୟମ କଲା ଶ୍ରୀଲଙ୍କା ବୋର୍ଡ

153

କନକ ବ୍ୟୁରୋ: କ୍ରିକେଟରେ ଏବେ ବ୍ୟାଟିଂ, ବୋଲିଂ ଛଡା ଫିଟନେସ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଆଉ ଏହାକୁ ଦୃଷ୍ଟି ରଖି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଖେଳାଳିଙ୍କ ପାଇଁ କଠୋର ନିୟମ ରଖିଛି । ଏବେ ଖେଳାଳିଙ୍କୁ ୟୋ ୟୋ ଟେଷ୍ଟ ଦେବାକୁ ହେବ । ଫିଟନେସ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ନୂଆ ବର୍ଷରୁ ଏହି ପଦକ୍ଷେପ ନେବ ।

ସବୁଠାରୁ ବଡ କଥା ହେଉଛି, ଏହି ଗାଇଡଲାଇନ ଅନୁସାରେ ଯଦି ଖେଳାଳିଙ୍କ ଫିଟନେସ ନଥିବ ତେବେ ତାଙ୍କ ଦରମା କଟାଯାଇପାରେ । ଗାଇଡଲାଇନରେ ୨ କିଲୋମିଟର ରେସ ରଖାଯାଇଛି । ଏଥିରେ ଯଦି କେହି ୨କିମି ପୂରା କରିବାକୁ ୮.୫୫ରୁ ଅଧିକ ସମୟ ନେଇଥାନ୍ତି ତେବେ ଦଳରେ ତାଙ୍କ ଚୟନ ହେବନାହିଁ । ଆଉ ୮.୩୫ରୁ ୮.୫୫ ମିନିଟରେ ଦରମା କଟାଯିବ ।

ଯଦି କେଉଁ ଖେଳାଳି ୮.୧୦ ସେକେଣ୍ଡ ଭିତରେ ୨ କିମି ଦୌଡିପାରିଲେ ତେବେ ଦଳରେ ତାଙ୍କର ଚୟନ ହୋଇପାରିବ । ପ୍ରଥମ ଫିଟନେସ ଟେଷ୍ଟ ଜାନୁଆରୀ ୭ରେ ଆୟୋଜନ କରିବ ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ଯେଉଁଥିରେ କଣ୍ଟ୍ରାକ୍ଟରେ ସାମିଲ ସବୁ ଖେଳାଳିଙ୍କୁ ଭାଗନେବାକୁ ପଡିବ ।