ଆମେରିକା ଓ ଭାରତର ମଜବୁତ ସର୍ମ୍ପକକୁ ନେଇ ଚିନ୍ତାରେ କି ଚୀନ? କହିଲା, ଭାରତ ଓ ଚୀନର ସମ୍ପର୍କ ମଧ୍ୟରେ ହସ୍ତକ୍ଷେପ ନକରୁ ଆମେରିକା

138

କନକ ବ୍ୟୁରୋ : ପୁଣି ଥରେ ମୁଣ୍ଡ ଟେକିଛି ଚୀନ ଓ ଆମେରିକା ବିବାଦ । ଅର୍ନ୍ତଜାତୀୟ ଗଣମାଧ୍ୟରେ ଏବେ ଚର୍ଚ୍ଚା ସାଉଁଟୁଛି ପେଂଟାଗନର ନୂଆ ଦାବି । ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଂଟାଗନର ନୂଆ ରିପୋର୍ଟ ଏଭଳି କିଛି ଇସାରା କରୁଛି । ଭାରତ ଓ ଚୀନ ସୀମା ବିବାଦ ଚାଲିଥିବେେଳେ ବେଜିଂ ଆମେରିକାକୁ ଚେତାବନୀ ଦେଇଛି । ମଙ୍ଗଳବାର ଆମେରିକା କଂଗ୍ରେସରେ ପେଂଟାଗନ ଏକ ରିପୋର୍ଟ ଉପସ୍ଥାପନ କରିଛି ।
ଏଥିରେ କୁହାଯାଇଛି କି—
କଣ କହୁଛି ପେଂଟାଗନ ରିପୋର୍ଟ?

• ଭାରତ ଓ ଚୀନ ସମ୍ପର୍କ ଭିତରେ ଆମେରିକା ଆଦୌ ହସ୍ତକ୍ଷେପ ନକରୁ
• ଭାରତ ଓ ଆମେରିକାର ଘନିଷ୍ଠ ବନ୍ଧୁତାକୁ ନେଇ ଖୁସି ନାହିଁ ଚୀନ
• ଭାରତ ସହ ଚାଲିଥିବା ସୀମା ବିବାଦକୁ ଯଥା ସମ୍ଭବ ଏକାକୀ କମ କରିବାକୁ ଚାହୁଁଛି ଚୀନ
• ବିବାଦ ଭିତରେ ଯେପରି ଆମେରିକା ହସ୍ତକ୍ଷେପ ନକରେ, ସେନେଇ ସବୁ ପ୍ରକାର ପଦକ୍ଷେପ ନେଉଛି ଚୀନ ।
• ଏଲଏସିକୁ ନେଇ ଭାରତ ସହ ଚୀନର ମଧ୍ୟ ଯେଉଁ ବିବାଦ ଚାଲିଛି ତାହା ଏକ ଗମ୍ଭୀର ପ୍ରସଙ୍ଗ
• ସୀମାରେ ସ୍ଥିରତା ବଜାୟ ରଖିବା ପାଇଁ ବେଜିଂ ଲକ୍ଷ୍ୟ ରଖିଛି
• ଭାରତ ସହ ଅନ୍ୟ ଅଂଚଳରେ ଥିବା ଦ୍ୱିପାକ୍ଷିକ ସର୍ମ୍ପକକୁ ବିବାଦରୁ ଆମେରିକାକୁ ଦୂରେଇ ରଖିବାକୁ ଚୀନ ଚାହୁଁଛି ।
• ପିପୁଲସ ରିପବ୍ଲିକ ଅଫ ଚୀନ ବା ପିଆରସି ଭାରତ ସହ ସୀମା ବିବାଦ କମ କରିବାକୁ ଚାହୁଁଛି

ତାଇୱାନ ବିବାଦରେ ଚୀନ ଓ ଆମେରିକା ବାରମ୍ବାର କଥା କଟାକଟି ଓ ଧମକ ଚେତାବନୀ ଦେଇ ଆସୁଛନ୍ତି । ଏହା ଭିତରେ ନିଜର ସ୍ଥିତିକୁ ମଜବୁତ ଓ ଭାରତ ସହ ଆମେରିକାର ସର୍ମ୍ପକ ଅଧିକ ନିକଟତ ଯେପରି ନହୁଏ ସେ ନେଇ ବୋଧ ହୁଏ ସମୟ ପୂର୍ବରୁ ସଜାଗ ହେଉଛି ବେଜିଂ । ତେଣୁ ଏବେ ପିଆରସି ଅଧିକାରୀ ମାନେ ଆମେରିକା ଅଧକାରୀମାନଙ୍କୁ ଭାରତ ଓ ବେଜିଂ ସମ୍ପର୍କ ପ୍ରସଙ୍ଗରେ ହସ୍ତକ୍ଷେପ ନକରିବାକୁ କହିଛନ୍ତି । ଗଲୱାନ ହିଂସା ପରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ବିିଗିଡିଥିବାବେଳେ ଏବେ ମଧ୍ୟ ଅଳ୍ପବହୁତ ତିକକ୍ତା ଜାରି ରହିଛି ।