ଲେବୁଲ କ୍ରସିଂ ପାର କଲାବେଳେ ହଠାତ୍ ଅଚଳ ହୋଇଗଲା ଟ୍ରକ । ଟ୍ରକକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର ।

216

କନକ ବ୍ୟୁରୋ: ଲେବୁଲ କ୍ରସିଂ ପାର ହେଉଥିବା ବେଳେ ଅଚଳ ହୋଇଗଲା ଟ୍ରକ । ପରେ ଟ୍ରକକୁ ଧକ୍କା ଦେଲା ମାଲବାହୀ ଟ୍ରେନ । ସମ୍ବଲପୁର କୁଚିଣ୍ଡା ଧତୁରାରେ ଏଭଳି ଅଘଟଣ ଘଟିଛି । ତେବେ ଟ୍ରେନ ଟ୍ରକକୁ ଧକ୍କା ଦେବାରୁ ପୂର୍ବରୁ ଟ୍ରକର ଚାଳକ ଏବଂ ହେଲପର ଗାଡିରୁ ପଳାଇଯାଇôଲେ । ଫଳରେ ଏକ ବଡ଼ ଅଘଟଣ ଟଳି ଯାଇଛି ।

ସୂଚନା ମୁତାବକ ଟ୍ରକଟି ସିମେଂଟ ନେଇ ରାଜଗାଙ୍ଗପୁର ଯାଉଥିବା ବେଳେ ଧତୁରା ନିକଟରେ ଟ୍ରକଟି ଲେବୁଲ କ୍ରସିଂ ପାର ହେଉଥିବା ବେଳେ ହଠାତ୍ ଷ୍ଟାଟ ବନ୍ଦ ହୋଇଯାଇଥିଲା ।