ଭୁବନେଶ୍ୱରରେ ନକଲି ବହି କାରବାର । ରବି ଟକିଜ ପାଖ ଏକ ଗୋଦାମରୁ ବହୁ ପରିମାଣର ନକଲି ବହି ଜବତ କଲା ଏନସିଇଆରଟି ।

82

କନକ ବ୍ୟୁରୋ: ଭୁବନେଶ୍ୱରରେ ଧରାପଡିଛି ନକଲି ବହି କାରବାର । ରବି ଟକିଜ ପାଖ ଏକ ଗୋଦାମରୁ ବହୁ ପରିମାଣର ନକଲି ବହି ଜବତ କରିଛି କମିଶନରେଟ୍ ପୁଲିସ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ । ଏ ନେଇ ଅଧିକ ଖୋଳତାଡ ଜାରି ରହିଛି ।

ଭୁବନେଶ୍ୱର ରବିଟକିଜ ନିକଟ ଶୁଭମ୍ ବୁକ୍ ଷ୍ଟୋରର ଗୋଦାମରୁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ନକଲି ବହି ଜବତ। ଖବର ପାଇ କମିଶନରେଟ୍ ପୋଲିସର ବଡ ଧରଣର ରେଡ କରିଥିବା ବେଳେ ଏହି ସଫଳତା ମିଳିଛି। ସୂଚନା ଅନୁସାରେ ଖାରବେଳ ନଗର ଥାନା ଅଞ୍ଚଳରେ ଥିବା ବିଦ୍ୟାର୍ଥୀ ବୁକ୍ ଷ୍ଟୋର ନକଲି ବହି ବିକୁଥିବା ନେଇ ଖରବେଳନଗର ଥାନାରେ ଅଭିଯୋଗ କରିଥିଲେ NCERT ଅଧିକାରୀ । ତଦନ୍ତ ପରେ ଜଣା ପଡ଼ିଥିଲା , ମା ମଙ୍ଗଳା ନାମକ ବୁକ୍ ଷ୍ଟୋରରୁ ବହି ଅଣାଯାଇଛି । ପରବର୍ତ୍ତୀ ମୁହୂର୍ତ୍ତରେ କମିଶନରେଟ୍ ପୋଲିସ ମା ମଙ୍ଗଳା ବୁକ୍ ଷ୍ଟୋରରେ ପହଞ୍ଚି ପଚରାଉଚୁରା କରିବା ପରେ ଜଣା ପଡ଼ିଥିଲା ରବିଟକିଜ୍ ଛକ ନିକଟରେ ଥିବା ଶୁଭମ୍ ବୁକ୍ ଷ୍ଟୋରରୁ ଏହି ବହି ଆସିଛି । ଶୁଭମ୍ ବୁକ୍ ଷ୍ଟୋରରେ ଛ।ପା ମାରିବା ପରେ ଲକ୍ଷାଧିକ ଟଙ୍କାର ବହି ଜବତ କରିଛି କମିଶନରେଟ ପୋଲିସ୍।

ନକଲି ବହି ରାଜଧାନୀରେ ବିକ୍ରି ହେଉଥିବା ନେଇ ଘଉଋଜଞ ପାଖରେ ଅଭିଯୋଗ କରିଥିଲେ ବିଦ୍ୟାର୍ଥୀ। ଏହା ପରେ ଘଉଋଜଞ ତରଫରୁ ଅନେକ ବୁକ୍ ଷ୍ଟୋର ଯାଞ୍ଚ କରାଯାଇଥିଲା। କଲିକତାରୁ ପ୍ରତ୍ୟେକ ବର୍ଷ ପ୍ରାୟ ୧୨ କୋଟି ଟଙ୍କାର ବହି ଓଡ଼ିଶା ଆସିଥାଏ କିନ୍ତୁ ତାହା ଘଟିକି ୨ କୋଟିକୁ ହ୍ରାସ ପାଇଥିଲା । ଯାହା ସନ୍ଦେହକୁ ଆହୁରି ଦୃଢୀଭୂତ କରିଥିଲା। କେବଳ ଓଡ଼ିଶାରେ ନୁହେଁ ଗୋଆହାଟି, ଦିଲ୍ଲୀ ଭଳି ସ୍ଥାନରୁ ମଧ୍ୟ ବିପୁଳ ପରିମାଣରେ ନକଲି ବହି ଜବତ କରାଯାଇଥିବା ସୂଚନା ଦେଇଛନ୍ତି NCERT ଅଧିକାରୀ।

ଏହିସବୁ ବହି କେବଳ ଶୁଭମ୍ ବୁକ୍ ଷ୍ଟୋର ସପ୍ଲାଏ କରୁଥିଲା ନା’ କେହି ବହି ଯୋଗାଉଥିଲା, ତା’ର ତନାଘନା ଆରମ୍ଭ କରିଛି କମିସନରେଟ୍ ପୁଲିସ । ନକଲି ବହି କାରବାରର ଚେର୍ କେତେଦୂର ଲମ୍ବିଛି, ସେନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ପୂରା ର୍ୟାକେଟ୍ ଉପରେ ଖୋଳତାଡ଼ ଆରମ୍ଭ ହୋଇଛି ।