ସୀମାରେ ଚାଲିଛି ଯୁଦ୍ଧାଭ୍ୟାସ । ଭାରତ-ଆମେରିକାର ମିଳିତ ସମରଭ୍ୟାସ ଜାରି

121

କନକ ବ୍ୟୁରୋ : ଭାରତ ଓ ଆମେରିକା ସେନା ମଧ୍ୟରେ ଆରମ୍ଭ ହୋଇଛି ୧୫ ଦିନିଆ ସମରାଭ୍ୟାସ । ଚୀନ୍ ସୀମାଠୁ ମାତ୍ର ୧୦୦ କିଲୋମିଟର ଦୂରରେ ଥିବା ଉତରାଖଣ୍ଡର ଓଲିରେ ଦୁଇ ସେନା ମଧ୍ୟରେ ଚାଲିଛି ଏହି ଯୁଦ୍ଧଭ୍ୟାସ । ଆମେରିକା-ଭାରତ ମଧ୍ୟରେ ଏ ହେଉଛି ୧୮ ତମ ମିଳିତ ସମରାଭ୍ୟାସ । ପ୍ରତିବର୍ଷ ଦୁଇ ସେନା ନିଜ ନିଜର ଯବାନଙ୍କ ଦ୍ୱାରା ଶକ୍ତି ପ୍ରଦର୍ଶନ କରିଆସୁଛନ୍ତି । ଏଥର ଆମେରିକା ସେନାର ୧୧ଜଣିଆ ଏୟାରବର୍ନ ଡିଭିଜନର ସେକେଣ୍ଡ ବିଗ୍ରେଡ ସୈନ୍ୟ ଭାରତ ଆସିଛନ୍ତି ସମରାଭ୍ୟାସ ପାଇଁ । ସେହିପରି ଭାରତ ପକ୍ଷରୁ ଆସାମ ରେଜିମେଂଟର ସୈନିକ ଏହି ମିଳିତ ଯୁଦ୍ଧଭ୍ୟାସରେ ସାମିଲ ହୋଇଛନ୍ତି ।

୧୫ ଦିନ ଧରି ଚାଲିଥିବା ଏହି ଯୁଦ୍ଧଭ୍ୟାସରେ ଅସ୍ତ୍ରଶସ୍ତ୍ର ସହ ଦୁଇ ସେନା ମଧ୍ୟରେ ବିଭିନ୍ନ ପ୍ରକାର ବ୍ୟାୟାମ୍, ପାର୍ବତ୍ୟ ଯୁଦ୍ଧ ଦକ୍ଷତା, ବିପର୍ଯ୍ୟୟ ପରିଚାଳନା,ରେସ୍କ୍ୟୁ ମିଶନ, ଅପରେସନ ଲଜିଷ୍ଟିକ୍ ଆଦି ବିଭିନ୍ନ ଦିଗ ଉପରେ ଶକ୍ତି ପ୍ରଦର୍ଶନ କରାଯାଉଛି । ସାଧାରଣ ଲୋକଙ୍କୁ କିଭଳି ଆତଙ୍କବାଦୀଙ୍କ ଠାରୁ ଉଦ୍ଧାର କରାଯିବ, ଏବଂ ଶତ୍ରୁକୁ କିପରି ମୁକାବିଲା କରାଯିବ ସେନେଇ ପରସ୍ପର ମଧ୍ୟରେ ତାଲିମ୍ ପ୍ରଦର୍ଶିତ ହୋଇଛି ।

ଉତରାଖଣ୍ଡ ଓଲିରେ ମଙ୍ଗଳବାର ସମରାଭ୍ୟାସ ବେଳେ ଭାରତ ନିଜ ନୂଆ ସାଥୀ ଇଗଲ ଅର୍ଜ୍ଜୁନକୁ ପ୍ରଦର୍ଶିତ କରିଛି । ଯୁଦ୍ଧାଭ୍ୟାସ ସମୟରେ ଏହି ଚିଲର ଯୁଦ୍ଧଶୈ÷ଳୀ ଦେଖିବାକୁ ମିଳିଛି । ଏହି ଚିଲ ବିଶେଷ ଭାବେ ଶତ୍ରୁଙ୍କ ଡ୍ରୋନ ଉପରେ ତୀଷ୍ମଣ ନଜର ରଖିବ । ଡ୍ରୋନର ଶବ୍ଦ ଶୁଣିଲେ ସତର୍କ ହୋଇଯିବା ସହ ଆକାଶରେ ଯାଇ ଶତ୍ରୁର ଡ୍ରୋନକୁ ନଷ୍ଟ କରିଦେବ ଏହି ଚିଲ । କ୍ଷିପ୍ର ଗତିରେ ଉଡୁଥିବା ଏହି ପକ୍ଷୀ ପ୍ରତି ଘଂଟାରେ ପାଖାପାଖି ୩୨୦ କିଲୋମିଟର ଯାଏଁ ଗତିକରିବାର କ୍ଷମତା ରହିଛି ।