୪ ହାଇକୋର୍ଟକୁ ମିଳିଲା ମୁଖ୍ୟ ବିଚାରପତି, ସୋନିଆ ଗିରିଧର ଗୁଜରାଟ ହାଇକୋର୍ଟର ପ୍ରଧାନ ବିଚାରପତି।

125

କନକ ବ୍ୟୁରୋ: ଦେଶର ଚାରିଟି ହାଇକୋର୍ଟକୁ ରବିବାର ନୂଆ ମୁଖ୍ୟ ବିଚାରପତି ମିଳିଛି । ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସୋନିଆ ଗିରିଧର ଗୋକାନୀଙ୍କୁ ନିଯୁକ୍ତି ମିଳିଛି । ଶୁକ୍ରବାର ତାଙ୍କୁ ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ମିଳିଥିଲା । ଏଠାରେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ।

 

ସେହିଭଳି ରାଜସ୍ଥାନ ହାଇକୋର୍ଟର ଜଷ୍ଟିସ ସନ୍ଦୀପ ମେହେତା ଗୁଆହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଛନ୍ତି । ଓଡିଶା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ ଜସୱନ୍ତ ସିଂହ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି । ଗୁଆହାଟୀ ହାଇକୋର୍ଟରେ ବିଚାରପତି ଥିବା ଜଷ୍ଟିସ କୋଟେଶ୍ୱର ସିଂହଙ୍କୁ ଜମ୍ମୁକାଶ୍ମୀର ଏବଂ ଲଦ୍ଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟ କରି ସୂଚନା ଦେଇଛନ୍ତି ।