୩୪୬.୬ କୋଟି କ୍ଷତି ସହିଲା ଜୋମାଟୋ । ୨୨୫ ସହରରେ ବନ୍ଦ କଲା ସର୍ଭିସ୍

225

କନକ ବ୍ୟୁରୋ: ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋର ବଡ କ୍ଷତି । କିଛି ମାତ୍ର ମାସରେ କମ୍ପାନୀ ସହିଲାଣି ୩୪୬.୬ କୋଟିର କ୍ଷତି । ଏଥିପାଇଁ ପାଖାପାଖି ୨୨୫ ସହରରେ କମ୍ପାନୀ ନିଜର ସର୍ଭିସ୍ ବନ୍ଦ କରିଛି ।

ତୃତୀୟ ବିତ୍ତୀୟ ବର୍ଷରେ ଏପରି ଘୋଷଣା କରିଛି ଜୋମାଟୋ । ଏସବୁ ସହରରେ ଲୋକଙ୍କ ଡିମାଣ୍ଡ ଟାର୍ଗେଟ ଠାରୁ ଖୁବ୍ କମ ଥିବାରୁ ଏଠାରେ କମ୍ପାନୀ ଆଉ ନିବେଶ କରିବାକୁ ଚାହିଁଲା ନାହିଁ । ଫଳରେ ଏହି ସହର ଗୁଡିକରେ ସର୍ଭିସ ବନ୍ଦ କରାଯାଇଛି । ଫଳରେ ଏଥିରେ କାମ କରି ପେଟ ପୋଷୁଥିବା କର୍ମଚାରୀଙ୍କୁ କାମ ହରାଇବାକୁ ପଡିଛି । ହେଲେ ନିଜର ପୂର୍ବ ଟାର୍ଗେଟକୁ ପୁଣି ଥରେ କମ୍ପନୀ ଛୁଇଁପାରିବ ବୋଲି କମ୍ପାନୀ ସିଇଓ କହିଛନ୍ତି ।