ବର୍ଷା ଲାଗି ରହିଥିବାରୁ ଛତିଶଗଡ଼ର ସ୍ଥିତି ଜଟିଳ : ଜଳଭଣ୍ଡାର ଗୁଡିକରେ ଅସମ୍ଭାଳ ସ୍ଥିତି ଉପୁଜିବାରୁ ମହାନଦୀକୁ ଛାଡୁଛି ବନ୍ୟାଜଳ

191

କନକ ବ୍ୟୁରୋ : ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ଼ରେ ସ୍ଥିତି ଜଟିଳ ହେବାରେ ଲାଗିଛି । ସେଠାକାର ସବୁ ନଦୀ, ନାଳ ଏବେ ଫୁଲିକି ରହିଛି । ଛତିଶଗଡ଼ର ଜଳଭଣ୍ଡାର ଗୁଡିକରେ ଅସମ୍ଭାଳ ସ୍ଥତି ଉପୁଜିବା ପରେ ଛତିଶଗଡ଼ ସରକାର ମହାନଦୀରେ ପାଣି ଛାଡିବା ଆରମ୍ଭ କରିଛନ୍ତି । ପ୍ରତି ସେକେଣ୍ଡରେ ପାୟ ୬ ଲକ୍ଷ କ୍ୟୁସେକ୍ ଜଳ ମହାନଦୀକୁ ଛାଡୁଛି ଛତିଶଗଡ଼ । ଏଥିପାଇଁ ହୀରାକୁଦ ଜଳଭଣ୍ଡାର ଉପରେ ଚାପ ବଢିବାରେ ଲାଗଛି । ଆସନ୍ତା ୧୯ ତାରିଖରେ ଆଉ ଏକ ଲଘୁଚାପ ଆସୁଥିବାରୁ ବିପଦ ଦ୍ୱିଗୁଣିତ ହୋଇଛି ।

ଏହାର ପରିଣାମ ଏବେ ଓଡ଼ିଶାକୁ ଭୋଗିବାକୁ ପଡୁଛି । ଯଦି ସପ୍ତାହେ ପର୍ଯ୍ୟନ୍ତ ମହାନଦୀ ଫୁଲିକି ରହେ ତେବେ ଓଡିଶାର ତଳିଆ ଅଞ୍ଚଳରେ ଲୋକେ ବହୁମାତ୍ରାରେ ପ୍ରବାଭିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରୋପଳା, ଦେବୀ, ପାଇକା, କାଠଯୋଡି, କୁଆଖିଆ, ଭାର୍ଗବୀ, ଦୟା ନଦୀର ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି । ସମ୍ବଲପୁରଠୁ ଆରମ୍ଭ କରି ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ନଦୀକୁଳିଆ ଗାଁଗୁଡିକର ଚିନ୍ତା ବଢିଛି । କଟକରେ ବାଙ୍କୀ, ଆଠଗଡ଼ ଓ ନରସିଂହପୁରରେ ବନ୍ୟାଜଳରେ ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି ।