ଛତିଶଗଡ଼ରେ ବ୍ୟବସାୟୀଙ୍କୁ ଗୁଳି । ଗୁଳିମାଡରେ ଆହତ ବ୍ୟବସାୟୀ । ଅଭିଯୁକ୍ତକୁ ଗିରଫ କଲା ପୋଲିସ ।

138

କନକ ବ୍ୟୁରୋ: ଛତିଶଗଡ଼ରେ ବ୍ୟବସାୟୀଙ୍କୁ ଗୁଳି । ରାୟପୁରର ଲିଭାନି ଅଞ୍ଚଳରେ ବ୍ୟବସାୟୀ ସନ୍ଦୀପ କୁମାର ଏହି ଗୁଳିମାଡ଼ରେ ଆହତ ହୋଇଛନ୍ତି । ଗୁଳି କରିଥିବା ଯୁବକ ଜଣକ ହେଲେ ଅମନ ଶର୍ମା । ଅମନ ସୁନ୍ଦରଗଡ଼ର ବୋଲି ଜଣାପଡ଼ିଛି । ଗୁଳିକାଣ୍ଡ ପରେ ଘଟଣା ସ୍ଥଳରୁ ଅମନଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ, ସୁନ୍ଦରଗଡ଼ର ଜଣେ ବ୍ୟବସାୟୀ ସନ୍ତୋଷ ସିଂ ଓ ଝାରସୁଗୁଡ଼ାର ବ୍ୟବସାୟୀ ମିଶି ସନ୍ଦୀପଙ୍କୁ ମାରିବା ପାଇଁ ଅମନଙ୍କୁ ୧୦ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ଅମନ ନିଜ ବନ୍ଧୁକରୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଗୁରୁତର ଅବସ୍ଥାରେ ସନ୍ଦୀପଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ସେପଟେ ପୁଲିସ ଅମନଙ୍କୁ ଅଧିକ ପଚରାଉଚରା କରୁଛି ।