କନକ ବ୍ୟୁରୋ : କୋର୍ଟରେ ମୁହଁ କଳା କଲା ଛତିଶଗଡ ପୁଲିସ୍ । ଓଡିଶା ପୁଲିସର ପ୍ରମାଣ ଉପସ୍ଥାପନ ପରେ ଧରାପଡିଲା ମିଛ । ମାଓବାଦୀଙ୍କ ସହଯୋଗୀ ବୋଲି ମିଛ ଆରୋପ ଲଗାଇ ଓଡିଶା ମାଟିରୁ ନିରଞ୍ଜନ ଦାସଙ୍କୁ ଉଠାଇ ନେଇଛି ଛତିଶଗଡ ପୁଲିସ୍ । ଏବେ ସତ ସାମ୍ନାକୁ ଆସିବା ପରେ ମାମଲା ପ୍ରତ୍ୟାହାର ପାଇଁ ପରିବାର ସଦସ୍ୟଙ୍କ ଉପରେ ଚାପ ପକାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଛତିଶଗଡ ପୁଲିସର ଟପ୍ ପୁଲିସ୍ ଅଫିସରଙ୍କ ସହ ଆଲୋଚନାର ଭିଡିଓକୁ କୋର୍ଟରେ ଉପସ୍ଥାପନ କରିଛନ୍ତି ନିରଞ୍ଜନଙ୍କ ପରିବାର । ଆଉ ପୁରା ଘଟଣାର ଏନଆଇଏ ତଦନ୍ତ ଦାବି କରିଛନ୍ତି । ଓଡିଶା ପୁଲିସ୍ ମଧ୍ୟ କୋର୍ଟରେ ଏନଆଇଏ ତଦନ୍ତ ସପକ୍ଷରେ ଯୁକ୍ତି ବାଢିଛି । ମାମଲାର ପରବର୍ତ୍ତି ଶୁଣାଣି ଆଗାମୀ ୨୦ ତାରିଖରେ ହେବ ।
ଦେଖନ୍ତୁ କନକ ନ୍ୟୁଜର ଏକ୍ସକ୍ଲୁସିଭ ରିପୋର୍ଟ ।