୧୪ କୋଟିରେ ଡାରିଏଲ ମିଚେଲଙ୍କୁ କିଣିଲା ଚେନ୍ନାଇ: ସିଏସକେକୁ ଫେରିଲେ ସାର୍ଦ୍ଦୁଲ 

327

କନକ ବ୍ୟୁରୋ: ଚାଲିଛି ଆଇପିଏଲ ୨୦୨୪ ପାଇଁ ମିନି ଅକ୍ସନ । ନିଜ ନିଜ ପସନ୍ଦର ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି ଫ୍ରାଞ୍ଚାଇଜ । ସେପଟେ ଏଥର ନିଲାମୀରେ ପ୍ୟାଟ କମିନ୍ସର ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ତାଙ୍କୁ ୨୦.୫୦ କୋଟିରେ ଦଳରେ ସାମିଲ କରିଛି ହାଇଦ୍ରାବାଦ । ସେହିପରି ଏହି ନିଲାମୀର ଦ୍ୱିତୀୟ ସର୍ବାଧିକ ଦାମରେ କିଣା ଯାଇଥିବା ଖେଳାଳି ହେଉଛନ୍ତି ନ୍ୟୁଜିଲାଣ୍ଡର ଡାରିଏଲ ମିଚେଲ । ଚେନ୍ନାଇ ଡାରିଏଲ ମିଚେଲଙ୍କୁ ୧୪ କୋଟି ଟଙ୍କାରେ ଦଳରେ ସାମିଲ କରିଛି ।

ଏହାସହ ଚେନ୍ନାଇ ନ୍ୟୁଜିଲାଣ୍ଡର ଦୁର୍ଦ୍ଦଶ ଓପନର ରଚିନ ରବିନ୍ଦ୍ରଙ୍କୁ ଚେନ୍ନାଇ ୧ କୋଟି ୮୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି ଚେନ୍ନାଇ । ସେହିପରି ସାର୍ଦ୍ଦୁଲ ଠାକୁର ନିଜ ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସକୁ ଫେରିଛନ୍ତି । ଚେନ୍ନାଇ ତାଙ୍କୁ ୪ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ସାର୍ଦ୍ଦୁଲଙ୍କ ବେସ ପ୍ରାଇସ ଥିଲା ୨ କୋଟି ଟଙ୍କା ।