ପେଟ୍ରୋଲିୟମ୍ ମନ୍ତ୍ରାଳୟର ନକଲ ୱେବସାଇଟ୍ କରି ଉଜ୍ଜ୍ୱଳା ଡିଲରସିପ୍ ଦେବା ନାଁରେ ଠକେଇ ! ଭୁବନେଶ୍ୱର ଯୁବକଙ୍କଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା ।

145

କନକ ବ୍ୟୁରୋ : ଉଜ୍ଜ୍ୱଳା ଏଜେନ୍ସି ନେବା ପାଇଁ ଯଦି ଆପଣ ଚାହୁଛନ୍ତି, ତେବେ ହୋଇଯାଆନ୍ତୁ ହ୍ରୁସିଆର । ଆପଣ ହୋଇପାରନ୍ତି ଠକାମିର ଶିକାର । ଉଜ୍ୱଳା ଡିଲରସିପ୍ ଦେବା ନାଁରେ ଠକେଇର ସାଙ୍ଘାତିକ ଅଭିଯୋଗ ଆସିଛି । ୱେବସାଇଟ ତିଆରି କରି ଠକୁଛନ୍ତି ଠକ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଠକେଇରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଂଟକୁ ମଧ୍ୟ ବ୍ୟବହାର କରାଯାଉଛି । ପ୍ରଥମେ ବିିଶ୍ୱାସ ଜନ୍ମାଇ ଲୁଟ କରୁଛନ୍ତି ଠକ ।

ଜାଲ ୱେବସାଇଟରେ ଠକେଇ । ଉଜ୍ୱଳା ଏଜେନ୍ସି ଡିଲରସିପ ବାହାନାରେ ଠକେଇ । ଆପଣ ଯଦି ଉଜ୍ୱଳାର ଏଜେନ୍ସି ନେବା ପାଇଁ ଚାହୁଁଛନ୍ତି ତେବେ ଭଲ କରି ଦେଖିନିଅନ୍ତୁ ଏହି ୱେବସାଇଟକୁ । କାରଣ ଆପଣ ହୋଇପାରନ୍ତି ଠକାମୀର ଶିକାର । www.ujjwalagasagency.com ନାଁରେ ଏହି ସାଇଟକୁ ଯଦି ଆପଣ ସର୍ଚ୍ଚ କରୁଛନ୍ତି, ତେବେ ସତର୍କ ରୁହନ୍ତୁ । କାରଣ ଏହି ସାଇଟରେ ଆପଣଙ୍କୁ ଅପେଷା କରିଛନ୍ତି ଠକ । ଅତି ଚତୁରତାର ସହିତ ଡିଜାଇନ ହୋଇଛି ଏହି ସାଇଟ । ଯାହା ଆପଣଙ୍କ ମନରେ ପ୍ରେଟୋଲିୟମ ମନ୍ତ୍ରାଳୟ ସାଇଟର ଭ୍ରମ ସୂଷ୍ଟି କରିବ । ଆଉ ଏହାରି ମାଧ୍ୟମରେ ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା ।

ଭୁବନେଶ୍ୱରର  ନିର୍ମାଲ୍ୟ କୁମାର ରାଉତ ଉଜ୍ୱଳା ଏଜେନ୍ସି ନେବା ପାଇଁ ଏହି ୱେବସାଇଟ ମାଧ୍ୟମରେ ୧ ଲଷ ଟଙ୍କା ଦେଇଥିଲେ । ହେଲେ ପରେ ଜାଣିବାକୁ ପାଇଲେ ସେ ଠକାମୀର ଶିକାର ହୋଇଛନ୍ତି । ଏବେ ଠକେଇ ନେଇ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ନିର୍ମାଲ୍ୟ । ପେଟ୍ରୋଲିୟମ ମନ୍ତ୍ରାଳୟର ଅବିକଳ ସାଇଟ କରି ବିଶ୍ୱାସ ଜନ୍ମାଇବା ପରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ଠକେଇ ।