ଇସ୍ରୋରେ ଖୁସିର ଲହର । ଚନ୍ଦ୍ରଯାନ -୩ ପଠାଇଲା ପ୍ରଥମ ବାର୍ତ୍ତା

2,820

କନକ ବ୍ୟୁରୋ: ଇସ୍ରୋର ଆଉ ଏକ ସଫଳତା । ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩ । ଅତି ପ୍ରତୀକ୍ଷିତ ସମୟ ଉପସ୍ଥିତ ହୋଇଛି । ଚନ୍ଦ୍ରର ମାଧ୍ୟାକର୍ଷଣ ବଳୟ ଭିତରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩ । ଆଗକୁ ଏକାଧିକ ଲୁନାର ମାନ୍ୟୁଏଭର ବା ଚନ୍ଦ୍ର କକ୍ଷ ଅତିକ୍ରମ କରିବାକୁ ପଡିବ । ଆଜିି ରାତି ୧୧ଟା ସମୟରେ ଚନ୍ଦ୍ରର ଆଉ ଏକ ବଳୟରେ ପ୍ରବେଶ କରିବ ଚନ୍ଦଯାନ-୩ ।

ଅଗଷ୍ଟ ପ୍ରଥମ ସପ୍ତାହ ସାରା ଚନ୍ଦ୍ରଯାନ-୩ ଚନ୍ଦ୍ର ଚାରିପଟେ ୪ରୁ ୫ଥର ପରିକ୍ରମା କରିବ । ଧୀରେ ଧୀରେ ଏହା ୧୦୦ କିଲୋମିଟର ବୃତାକାର ପଥରେ ଭ୍ରମଣ କରିବା ପରେ ଚନ୍ଦ୍ରର ନିକଟତର ହେବ ଏବଂ ପରବର୍ତ୍ତୀ ୧୦ ଦିନ ଭିତରେ ଏହାର ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବାକୁ ଉପଯୁକ୍ତ ସ୍ଥାନ ନିରୂପଣ କରାଯିବ ।