୫ ଦିନ ଧରି ନିଆଁ ଲିଭାଇପାରୁନାହାଁନ୍ତି ୧୫୦ ଫାୟାର ଟ୍ରେଡର୍ସ । ଏବେବି ଜଳୁଛି ମାର୍କେଟ୍ କମ୍ପେ୍ଲକ୍ସ ।

138

କନକ ବ୍ୟୁରୋ: ୫ମ ଦିନରେ ବି ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥ ପ୍ୟାଲେସ୍ ବଜାର ଜଳୁଛି । ୧୫୦ଟି ଫାୟାର ବ୍ରିିଗେଡ୍ ମୁତୟନ କରାଯାଇଥିଲେ ବି ଏଯାଏଁ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିନାହିଁ ।

ବ୍ୟବସାୟୀଙ୍କ ସଂସ୍ଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ କେନ୍ଦ୍ର, ଦିଲ୍ଲୀ ସରକାର ଏବଂ ବୀମା କମ୍ପାନୀଗୁଡ଼ିକୁ ଭାଗିରଥ ପ୍ୟାଲେସ୍ ବଜାରର ପ୍ରଭାବିତ ବ୍ୟବସାୟୀମାନଙ୍କ ପାଇଁ ଥଇଥାନ କାର୍ୟ୍ୟ ଆରମ୍ଭ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛି । କାରଣ ଏଠାରେ ପାଖାପାଖି ୨୫୦ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଛି । ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲୱାଲ ଏବଂ ଅନ୍ୟ ବାଣିଜ୍ୟ ନେତାମାନେ କହିଛନ୍ତି ଯେ ଦିଲ୍ଲୀ ଇଲେକ୍ଟ୍ରିକାଲ ଟ୍ରେଡର୍ସ ଆସୋସିଏସନ (ଡିଇଟିଏ) ସହିତ ପ୍ରଭାବିତ ବ୍ୟବସାୟୀଙ୍କ ବୀମା ଦାବିପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ କରାଯିବ।

ଶୁକ୍ରବାର ସକାଳ ସୁଦ୍ଧା ନିଆଁକୁ ଆୟତ କରାଯାଇଥିଲା, କିନ୍ତୁ ପୁଣିଥରେ କିଛି ଦେକାନରେ ନିଆଁ ଜଳୁଥିବା ଦେଖିବାକୁ ମିଳିଲା । ଇଲେକ୍ଟ୍ରିକ୍ ଉପକରଣ ଓ ପ୍ଳାଷ୍ଟିକ୍ ଉପକରଣ ଥିବାରୁ ନିଆଁକୁ ସହଜରେ ଲିଭାଯାିପାରୁନାହିଁ ବୋଲି କୁହାଯାଉଛି । ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି କେ ସାକ୍ସେନା ବଜାର ପରିଦର୍ଶନ କରି କହିଥିଲେ ଯେ ଏହି ଅଞ୍ଚଳରେ ଝୁଲୁଥିବା ତାର ଏବଂ ଓଭରଲୋଡ୍ ସର୍କିଟ୍ ପରି ସମସ୍ୟାର ସମାଧାନ ପାଇଁ ଏକ ବହୁମୁଖୀ କମିଟି ଗଠନ କରାଯାଇଛି।