ବେସରକାରୀ ଚାକିରି, ସରକାରୀ ଦଲାଲ ମାମଲା : କନକ ନ୍ୟୁଜରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ; ଫାର୍ମାସିଷ୍ଟ ଓ ଷ୍ଟାଫ ନର୍ସ ନିଲମ୍ବିତ

177

କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ମାଲକାନଗିରି ଜିଲ୍ଲାରେ ବେସରକାରୀ ଚାକିରି ଓ ସରକାରୀ ଦଲାଲ ମାମଲାରେ ନିଲମ୍ବିତ ହେଲେ ସରକାରୀ ଫାର୍ମାସିଷ୍ଟ ମାନସ ବାରିକ ଓ ଷ୍ଟାଫ ନର୍ସ ହିରାମଣୀ ହଂସ । ବିଳମ୍ବରେ ହେଲେ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ସିଡିଏମଓ ଦୁଇ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ପରବର୍ତ୍ତୀ ଆଦେଶ ଯାଏଁ ମାନସ ବାରିକଙ୍କୁ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଟାଚ କରାଯାଇଯାଇଥିବା ବେଳେ ହିରାମଣିଙ୍କୁ ଚିତ୍ରକୋଣ୍ଡା ସବଡିଭିଜନାଲ ହସ୍ପିଟାଲ ସହ ଆଟାଚ କରାଯାଇଛି । ମାନସ ବାରିକ ଫୋନ୍ ଯୋଗେ ପିଲାଙ୍କ ସହ ଡିଲ୍ କରୁଥିବା ବେଳେ ହିରାମଣି ନିଜ ବ୍ୟାଙ୍କ ଆକାଉଣ୍ଟରେ ଚାକିରି ପାଇଁ ପିଲାଙ୍କ ଠାରୁ ଟଙ୍କା ନେଇଥିବା କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ତେବେ ଏହି ଲାଞ୍ଚ କାରବାର ମାମଲାରେ ବଡବଡିଆଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ, ତାକୁ ନେଇ ବିଭିନ୍ନ ମହଲରେ ଦାବି ଜୋର ଧରିଛି ।