ଲୋକସଭାରେ ଗୃହମନ୍ତ୍ରୀ ଆଣିଲେ ଆଇନ ପରିବର୍ତ୍ତନ ନେଇ ୩ଟି ବିଲ୍ । ଜାଣନ୍ତୁ ଆଇପିସି ଓ ସିଆରପିସି ଧାରାରେ କଣ ହେବ ପରିବର୍ତ୍ତନ ?

952

କନକ ବ୍ୟୁରୋ : ଲୋକସଭାରେ ସଂସଦୀୟ ସ୍ଥାୟୀ କମିଟିକୁ ୩ଟି ବିଧେୟକ ପଠାଯାଇଛି । ଯାହାର ଉଦ୍ଦେଶ୍ୟ ରହିଛି ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର କରିବା । ଏହି ଉଦ୍ଦେଶ୍ୟରେ ଗୃହମନ୍ତ୍ରୀ ଅମିତ୍ ଶାହା ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଉପସ୍ଥାପନ କରିଥିଲେ । ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଲ ୨୦୨୩ । ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତି, ଆଇନ ବିଶ୍ୱବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ବିଭିନ୍ନ ଅଂଶୀଦାରଙ୍କ ସହ ବ୍ୟାପକ ଆଲୋଚନା ପରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି । ବିଭିନ୍ନ କମିଟି ସୁପାରିଶରୁ ମଧ୍ୟ ଏହି ବିଲ ଗୁଡିକ କାର୍ଯ୍ୟକାରୀ ହୋଇଥାଏ ବୋଲି ଗୃହମନ୍ତ୍ରୀ ଲୋକସଭାରେ କହିଛନ୍ତି ।

ଭାରତୀୟ ନ୍ୟାୟ ସଂହିତା ଆଇପିସିର ୨୨ଟି ଧାରାକୁ ଉଚ୍ଛେଦ କରି ୧୭୫ଟି ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ ପ୍ରସ୍ତାବ ଦିଆଯାଇଛି ଏବଂ ଏହି ପ୍ରସ୍ତାବରେ ୯ଟି ନୂଆ ଧାରା ପ୍ରଣୟନ ନେଇ ପ୍ରସ୍ତାବ ଦିଆଯାଇଛି । ଏଥିରେ ସମୁଦାୟ ୩୫୬ଟି ଧାରା ରହିଛି ।

ଗୃହମନ୍ତ୍ରୀ ଅମିତ୍ ଶାହା ତାଙ୍କ ଭାଷଣରେ କହିଛନ୍ତି ଯେ ଏହି ବିଲ୍ ଦେଶଦ୍ରୋହ ଅପରାଧକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଇଛି । ହେଲେ ଏହି ବିଲରେ ରାଜ୍ୟ ବିରୋଧରେ ଅପରାଧ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ଏହି ବିଲର ଧାରା ୧୫୦ରେ ଭାରତର ସାର୍ବଭୌମତ୍ୱ ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟ ସଂପର୍କରେ ଉଲ୍ଲେଖ ରହିଛି । ସେ ଆହୁରି କହିଛନ୍ତି ଯେ ଏହି ବିଲରେ ଭିଡ ହତ୍ୟା ଅପରାଧୀକୁ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି । ଏନେଇ ୭ବର୍ଷ କିମ୍ବା ଆଜୀବନ କାରାଦଣ୍ଡ ଅଥବା ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି ।

ଏହି ବିଲରେ ସରକାର ଭାରତୀୟ ନାଗରିକ ସୁରକ୍ଷା ସଂହିତା ସିଆରପିସିର ୯ଟି ବ୍ୟବସ୍ଥାକୁ ଉଚ୍ଛେଦ କରି ଏହାର ୧୦୭ଟି ଧାରାର ପରିବର୍ତ୍ତନ ପ୍ରସ୍ତାବ ଦିଆଯାଇଛି । ଏବଂ ୯ଟି ନୂଆ ବ୍ୟବସ୍ଥା ପ୍ରଣୟନ କରାଯାଇଛି । ଏହି ବିଲରେ ମୋଟ ୫୩୩ଟି ଧାରା ରହିଛି ।

ଭାରତୀୟ ସାକ୍ଷ୍ୟ ବିଲରେ ପ୍ରମାଣ ଆଇନର ୫ଟି ପ୍ରଚଳିତ ବ୍ୟବସ୍ଥାକୁ ଉଚ୍ଛେଦ, ୨୩ଟି ଧାରାର ପରିବର୍ତ୍ତନ ପ୍ରସ୍ତାବ ଏବଂ ଗୋଟିଏ ନୂଆ ଧାରା ପ୍ରଣୟନ କରାଯାଇଛି । ଏଥିରେ ସମୁଦାୟ ୧୭୦ଟି ବିଭାଗ ରହିଛି ।

  • ଧାରା ୧୧୦ : କ୍ଷୁଦ୍ର ସଂଗଠିତ ଅବରାଧ ବା ସଂଗଠିତ ସାଧାରଣ ଅପରାଧ
  • ଧାରା -୧୧୧ : ଆତଙ୍କବାଦୀ କାର୍ଯ୍ୟର ଅପରାଧ ଧାରା
  • ଧାରା ୧୫୦ : ଭାରତର ସାର୍ବଭୌମତ୍ୱ, ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟ
  • ଧାରା-୩୦୨ : ସ୍ନାଚିଂ
  • ଭିଡ ହତ୍ୟା ବା ମବ୍ ଲିଚିଂ ପାଇଁ ପୃଥକ ବ୍ୟବସ୍ଥା, ୭ବର୍ଷ କିମ୍ବା ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ-ପଳାତକଙ୍କ ବିରୋଧରେ ଏକତରଫା ଶୁଣାଣି ଓ ଦୋଷୀ ସାବ୍ୟସ୍ତ
  • ଜିରୋଏଫଆଇଆର ପାଇଁ ଆନୁଷ୍ଠାନିକ ବ୍ୟବସ୍ଥା – ଏହାଦ୍ୱାରା ନାଗରିକମାନେ ନିଜ ଅଧିକାର ନିର୍ବିଶେଷରେ ଯେକୌଣସି ଥାନାରେ ଏଫଆଇଆର ଦାଖଲ କରିପାରିବେ ।
    ପଞ୍ଜୀକରଣ ହେବାର ୧୫ ଦିନ ମଧ୍ୟରେ ଜିରୋ ଏଫଆଇଆର ସଂପୃକ୍ତ ଥାନାକୁ ପଠାଯିବ
  • ୧୨୦ ଦିନ ମଧ୍ୟରେ ଜବାବ ଦେବାରେ ବିଫଳ ହେଲେ ଅପରାଧିକ ଅପରାଧରେ ଅଭିଯୁକ୍ତ ସରକାରୀ କର୍ମଚାରୀ ଓ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ “ଡିମ୍ଡ ମଞ୍ଜୁରୀ”
  • ଏତଲା ରୁଜୁଠାରୁ ଆରମ୍ଭ କରି କେସ୍ ଡାଏରୀ ରକ୍ଷଣାବେକ୍ଷଣ ଓ ଚାର୍ଜସିଟ ଦାଖଲ ଏବଂ ରାୟ ପ୍ରଦାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଡିଜିଟାଲାଇଜେସନ
  • ଭିଡିଓ କନଫରେନସିଂ ମାଧ୍ୟମରେ କ୍ରସ୍ ପରୀକ୍ଷା, ଅପିଲ ସମେତ ସମସ୍ତ ଶୁଣାଣି କରାଯିବ ।
  • ଯୌନ ଅପରାଧ ପୀଡିତାଙ୍କ ବୟାନ ରେକର୍ଡ କରିବା ସମୟରେ ଭିଡିଓଗ୍ରାଫି ବାଧ୍ୟତାମୂଳକ
  • ସମସ୍ତ ପ୍ରକାର ଗଣଦୁଷ୍କର୍ମ ପାଇଁ ଦଣ୍ଡ- ୨୦ ବର୍ଷ କିମ୍ବା ଆଜୀବନ କାରାଦଣ୍ଡ
  • ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ
  • ଏତଲାର ୯୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବା ବାଧ୍ୟତାମୂଳକ, ଅଦାଲତ ଏହି ସମୟକୁ ଆହୁରି ୯୦ଦିନ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ଯାହାଦ୍ୱାରା ତଦନ୍ତ ଶେଷ କରିବା ପାଇଁ ସମୁଦାୟ ସର୍ବାଧିକ ଅବଧି ୧୮୦ ଦିନକୁ ବୃଦ୍ଧି କରାଯାଇପାରେ ।
  • ଚାର୍ଜସିଟ୍ ପାଇବାର ୬୦ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ଶେଷ କରିବେ ଅଦାଲତ
  • ଶୁଣାଣି ଶେଷ ହେବାର ୩୦ଦିନ ମଧ୍ୟରେ ବାଧ୍ୟତାମୂଳକ ଭାବେ ରାୟ ଶୁଣାଇବେ କୋର୍ଟ
  • ରାୟ ପ୍ରକାଶ ପାଇବାର ୭ଦିନ ମଧ୍ୟରେ ଅନଲାଇନରେ ବାଧ୍ୟତାମୂଳକ ଭାବେ ଉପଲବ୍ଧ ହେବ ରାୟ
  • ସର୍ଚ୍ଚ ଆଣ୍ଡ ସିଜର ସମୟରେ ଭିଡିଓଗ୍ରାଫି ବାଧ୍ୟତାମୂଳକ
  • ୭ବର୍ଷରୁ ଅଧିକ ଦଣ୍ଡ ଭୋଗୁଥିବା ଅପରାଧ ପାଇଁ ଅପରାଧ ସ୍ଥଳକୁ ବାଧ୍ୟତାମୂଳକ ଭାବେ ପରିଦର୍ଶନ କରିବେ ଫେରେନସିକ୍ ଟିମ୍
    ଜିଲ୍ଲା ସ୍ତରରେ ମୋବାଇଲ ଏଫ ଏସ ଏଲ ମୁତୟନ
  • ପୀଡିତାଙ୍କୁ ଶୁଣାଣିର ସୁଯୋଗ ନଦେଇ ୭ବର୍ଷ କିମ୍ବା ତା ଠାରୁ ଅଧିକ ଦଣ୍ଡନୀୟ କୌଣସି ମାମଲା ପ୍ରତ୍ୟାହାର ହୋଇପାରିବ ନାହିଁ
  • ଟ୍ରାଏଲର ପରିସରକୁ ୩ବର୍ଷ ପର୍ଯ୍ୟନ୍ତ ଦଣ୍ଡନୀୟ ଅପରାଧରେ ବିସ୍ତାରିତ କରାଯାଇଛି (ସେନନ୍ସ କୋର୍ଟରେ ୪୦ ପ୍ରତିଶତ ମାମଲା ହ୍ରାସ ପାଇବ)
  • ସଂଗଠିତ ଅପରାଧ ପାଇଁ ଅଲଗା ଓ କଠୋର ଦଣ୍ଡ
  • ବିବାହ, ଚାକିରି ଇତ୍ୟାଦି ମିଥ୍ୟା ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିବା ଅପରାଧ ପାଇଁ ପୃଥକ ଦଣ୍ଡ ବ୍ୟବସ୍ଥା
  • ଚେନ୍/ମୋବାଇଲ ଲୁଟ ଏବଂ ଅନୁରୂପ ଦୁବୃର୍ତ୍ତ କାର୍ଯ୍ୟକଳାପ ପାଇଁ ପୃଥକ ବ୍ୟବସ୍ଥା
  • ଶିଶୁଙ୍କ ବିରୋଧରେ ଅପରାଧ ପାଇଁ ଦଣ୍ଡ ଅବଧୀର ପରିବର୍ତ୍ତନ । ୭ ବର୍ଷ ସ୍ଥାନରେ ମିଳିବ ୧୦ ବର୍ଷ ଜେଲଦଣ୍ଡ
  • ମୃତ୍ୟୁଦଣ୍ଡକୁ ସର୍ବାଧିକ ଆଜୀବନ କାରାଦଣ୍ଡରେ ପରିଣତ କରାଯାଇପାରିବ, ଆଜୀବନ କାରାଦଣ୍ଡକୁ ସର୍ବାଧିକ ୭ବର୍ଷ ଏବଂ ୭ ବର୍ଷର ଦଣ୍ଡକୁ ୩ବର୍ଷ କାରାଦଣ୍ଡରେ ପରିଣତ କରାଯାଇପାରିବ ।
  • ଯେକୌଣସି ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ଜବତ ହୋଇଥିବା ଗାଡିଗୁଡିକର ଭିଡିଓଗ୍ରାଫି ବାଧ୍ୟତାମୂଳକ ହେବା ପରେ ବିଚାରଧୀନ ଥିବା ସମୟରେ ଜବତ ଗାଡିର ଯାଂଚ ପାଇଁ ଏକ ପ୍ରମାଣିତ କପି କୋର୍ଟରେ ଦାଖଲ କରାଯିବ ।